STORYMIRROR

Rajesh Kumar Jain

Abstract

3  

Rajesh Kumar Jain

Abstract

ପ୍ରଶ୍ନ

ପ୍ରଶ୍ନ

1 min
13.4K


ପ୍ରଶ୍ନ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଦୁଃଖୀ ହୁଅ ବା ପ୍ରସନ୍ନ

ଜୀବନରେ ସବୁଥିରେ ପ୍ରଶ୍ନ

ପ୍ରଶ୍ନ ବିହୀନ ଜୀବନ

ବିନା ପତି ଚିନି ଚା ସମାନ

ପ୍ରଶ୍ନ ତ ଜୀବନର ସାର

ଉତ୍ତର ନଥାଏ ଏହାର

ପ୍ରଶ୍ନ ବେଳେବେଳେ ସରଳ

ହୋଇଯାଏ କ୍ଷଣକେ ତରଳ

ପ୍ରଶ୍ନ ଥାଏ ବହୁ ଜଟିଳ

ଆସିଯାଏ ମନରେ କୁଟିଳ

ପ୍ରଶ୍ନ ଥାଏ ଯଦି ଜୀବନ-ମରଣ

ଯିବାକୁ ହୁଏ ଈଶ୍ୱର ଶରଣ

ପ୍ରଶ୍ନରେ ଥାଏ ଖୁସି

କୁହେ ସେ ଉତ୍ତର ହସି ହସି

ପ୍ରଶ୍ନ ଆସେ ଦୁଃଖର

ହୋଇଯାଏ ମନ ଅସ୍ଥିର

ପ୍ରଶ୍ନ ଅଟେ ଗମ୍ଭୀର

ଉତ୍ତର ହୋଇଯାଏ ଚାଲି କୁମ୍ଭୀର

ପ୍ରଶ୍ନ ଥାଏ ଜିତିବାର

କୁହେ ସେ ବାରମ୍ବାର

ପ୍ରଶ୍ନ ଥାଏ ମରଣର

ଶରଣ ନିଏ ଅଶ୍ରୁର

ପ୍ରଶ୍ନ ଥାଏ ହେବାର ପାଶ୍

ଉତ୍ତର ହୋଇଯାଏ ଖାସ୍

ପ୍ରଶ୍ନ ଥାଏ ସ୍ୱପ୍ନର ପ୍ରିୟାର

ଇଚ୍ଛା ହୁଏ କରିବାକୁ ସେୟାର

ପ୍ରଶ୍ନ ହୋଇଯାଏ ନିଃଶବ୍ଦ

ଆଖି କୁହେ ତା ଶବ୍ଦ

ପ୍ରଶ୍ନ ପଚାରିବା ମଜବୁରି

କାମ ତାକୁ ଅତି ଜରୁରୀ

ପ୍ରଶ୍ନ ଯେବେ ଆସେ ଇଜ୍ଜତର

ଶହେ ଥର ଭାବି ସେ ଦିଏ ଉତ୍ତର

ପ୍ରଶ୍ନ ଦେଲି ତାକୁ ପଚାରି

ଉତ୍ତର ନମିଳିଲେ ବାହାଦୁରି

ପ୍ରଶ୍ନରେ ଥାଏ ସବୁ ଉତ୍ତର

ଉତ୍ତରରେ ଥାଏ ଆଉ ଏକ ପ୍ରଶ୍ନ

ପ୍ରଶ୍ନକୁ କଲି ଦିନେ ପ୍ରଶ୍ନ

କହିଲା ଉତ୍ତର ଦେବ ମନ

ଜୀବନଟା ପ୍ରଶ୍ନର ଗନ୍ତାଘର

ଉତ୍ତର ମାଗେ ବାରମ୍ବାର

ପ୍ରଶ୍ନ ଆଉ ଉତ୍ତର ଭାଇଭାଇ

ଛୋଟବଡ଼ କେହି ନାହିଁ

ପ୍ରଶ୍ନ ଆସେ ଜୀବନରେ ଗୁରୁତର

ଉତ୍ତର କହିବା ହୁଏ କଷ୍ଟକର

ପ୍ରଶ୍ନରେ ଥାଏ ତା ଜୀବନ

ନା ଉତ୍ତରରେ ଭାଙ୍ଗିଯାଏ ସ୍ୱପ୍ନ, ମନ

ହୁଅନ୍ତୁ ଜନତା ବା ସରକାର

ପ୍ରଶ୍ନହିଁ ସବୁଠି ଦରକାର ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Abstract