ମହକିତ ଜୀବନ
ମହକିତ ଜୀବନ
ଧାମ କରିଦେଲି ଯେବେଠୁଁ ତୁମକୁ
ଚାରିଧାମ ଦେଖିନାହିଁ
ଯେତିକି ମୋ ପ୍ରାଣ ଡାକିଛି ତୁମକୁ
ଈଶ୍ୱରଙ୍କୁ ଡାକିନାହିଁ
ଈଶ୍ୱର ପ୍ରାପ୍ତି ଯେ ହୋଇ ସାରନ୍ତାଣି
ପ୍ରାପ୍ତିରେ ଇଚ୍ଛା ନାହିଁ
ମୋ ପାଇଁ ତ ତୁମ ସାନିଧ୍ୟ ହିଁ ସବୁ
ଦିଅ ମୋତେ ବାରେ ଚାହିଁ
କଳଙ୍କକୁ ତୁମ ବିଭୁତି କରି ମୁଁ
ଜୀବନ କାଟିବା ଥୟ
ହାତ ଧରି ତୁମ ଶିଖି ମୁଁ ନେଇଛି
ତ୍ୟାଗ, ପ୍ରେମ ଓ ପ୍ରତ୍ୟୟ
ସ୍ନିଗ୍ଧ ଜହ୍ନରାତି ହେନାଫୁଲ ସମ
ମହମହ ବାସ ଖେଳାଏ
ନିରବ ନିଶ୍ଚଳ ଅନ୍ତରର ଶକ୍ତି
ମନରେ ମନ ମେଳାଏ l

