ପ୍ରିୟାର ଠିକଣା
ପ୍ରିୟାର ଠିକଣା
କହିଦିଅ ତୁମେ ତୁମ ଠିକଣା
ମୁଁ ତ କେବେ ଭୁଲିନାହିଁ ତୁମକୁ
ତୁମେ କାହିଁକି ହେଲ ବାଟବଣା ?
ତୁମକୁ ପାଇବାପାଇଁ ହୋଇଛି ଅସ୍ତବ୍ଯସ୍ତ
ତୁମକୁ ନିଜର କରିବାରେ ମୁଁ ଥିଲି ସିଦ୍ଧହସ୍ତ
ତୁମେ ପରା ଚହଟ ଚାତୁରି ଚିତ୍ତ ବିନୋଦିନୀ
ତୁମ ପରଶେ ମୁଁ ମତି ଭ୍ରମ ପ୍ରୀତି ରଙ୍କୁଣୀ।
ତୁମେ ସେଦିନ ଆସିଥିଲ ଚୈତାଳି ବାଆ ପରି
ଅକସ୍ମାତ ଉଭେଇଗଲ ମନ ଚୋରି କରି
କେଉଁଠି ଖୋଜିବି ତୁମକୁ କେଉଁଠି ପାଇବି
ମୋ ଠିକଣାରେ ଚିଠି ଖଣ୍ଡେ ଦେଇ ପାରିବକି ?
ପ୍ରଥମ ପ୍ରେମର ପ୍ରଥମ ଠିକଣା
କେହି କେବେ ଭୁଲି ପାରେନା
ଦେଇଥାଉ ପଛେ ଅସହ୍ଯ ଯନ୍ତ୍ରଣା
ସେହି ତ ସ୍ମୃତି ତୁମ ମୋ ଭିତରର ଠିକଣା
ଯଦି ନୁହେଁ,
କହିଦିଅ ତୁମେ ତୁମ ଠିକଣା ।

