STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ପ୍ରିୟାର ଠିକଣା

ପ୍ରିୟାର ଠିକଣା

1 min
186

କହିଦିଅ ତୁମେ ତୁମ ଠିକଣା

ମୁଁ ତ କେବେ ଭୁଲିନାହିଁ ତୁମକୁ

ତୁମେ କାହିଁକି ହେଲ ବାଟବଣା ?


ତୁମକୁ ପାଇବାପାଇଁ ହୋଇଛି ଅସ୍ତବ୍ଯସ୍ତ

ତୁମକୁ ନିଜର କରିବାରେ ମୁଁ ଥିଲି ସିଦ୍ଧହସ୍ତ 

ତୁମେ ପରା ଚହଟ ଚାତୁରି ଚିତ୍ତ ବିନୋଦିନୀ

ତୁମ ପରଶେ ମୁଁ ମତି ଭ୍ରମ ପ୍ରୀତି ରଙ୍କୁଣୀ।


ତୁମେ ସେଦିନ ଆସିଥିଲ ଚୈତାଳି ବାଆ ପରି 

ଅକସ୍ମାତ ଉଭେଇଗଲ ମନ ଚୋରି କରି

କେଉଁଠି ଖୋଜିବି ତୁମକୁ କେଉଁଠି ପାଇବି

ମୋ ଠିକଣାରେ ଚିଠି ଖଣ୍ଡେ ଦେଇ ପାରିବକି ?


ପ୍ରଥମ ପ୍ରେମର ପ୍ରଥମ ଠିକଣା

କେହି କେବେ ଭୁଲି ପାରେନା

ଦେଇଥାଉ ପଛେ ଅସହ୍ଯ ଯନ୍ତ୍ରଣା

ସେହି ତ ସ୍ମୃତି ତୁମ ମୋ ଭିତରର ଠିକଣା

ଯଦି ନୁହେଁ, 

କହିଦିଅ ତୁମେ ତୁମ ଠିକଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance