STORYMIRROR

Nirupama Dehuri

Abstract Fantasy Inspirational

3  

Nirupama Dehuri

Abstract Fantasy Inspirational

ଓଡ଼ିଶାର ପ୍ରଥମ ମହିଳା ରାଷ୍ଟ୍ରପତି

ଓଡ଼ିଶାର ପ୍ରଥମ ମହିଳା ରାଷ୍ଟ୍ରପତି

1 min
186

ମୟୂରଭଞ୍ଜ ଉପାନ୍ତ ଏରିଆ

ବିସ୍ତୃତ ଅରଣ୍ୟ ବନାନୀ

କୁଳୁ କୁଳୁ ଝରଣାର ସୁମଧୁର ଗାନ

ପ୍ରକୃତି କୋଳରେ

ନାଚି ଡେଇଁ ପରିପୃଷ୍ଟ

ଆଦିବାସୀ ଜୀବନ।

ପଙ୍କରୁ ପଙ୍କଜ ସମ

ପାଖୁଡ଼ା ମେଲି

ନିଜ ସୋରଭରେ ବିମୋହିତ

ମହାମହିମ

ଓଡ଼ିଶାର ପ୍ରଥମ ମହିଳା ରାଷ୍ଟ୍ରପତି 

ଅଖଣ୍ଡ ଭାରତର ଅଧିକାରିଣୀ

ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ।

ରାଇରଙ୍ଗପୁର ଯଶିପୁର

ମଧ୍ୟବର୍ତ୍ତୀ ଉପରବେଡା

ସାନ୍ତାଳୀ ଗାଁ ରେ ଜନ୍ମଗ୍ରହଣ

ଶିକ୍ଷା ସଂସ୍କାର ରେ ଅନୁପମ

ପିତା ବିରଞ୍ଚି ଟୁଡୁ

ଗାଁ ର ପଧାନ

ମାଁ ସିନଗୋ ସ୍ନେହ ମମତାରେ ଅନୁପମ।

ଯେଉଁଠି ପ୍ରଗତି ର

ନାମ ଲେଶ ନାହିଁ

ଅନ୍ଧକାର ଅବହେଳିତ ଜୀବନ

ତଥାପି ପ୍ରତିଟି କ୍ଷେତ୍ରରେ

ଅଗ୍ରଗଣ୍ୟ।

ଗ୍ରାମରେ ଶିକ୍ଷା ସମାପ୍ତ ପରେ

ସ୍ଥାନୀୟ ବିଧାୟକ

କାର୍ତ୍ତିକ ମାଝୀଙ୍କ ସହାୟତାରେ

କ୍ୟାପିଟାଲ ଗାର୍ଲ୍ସ ହାଇସ୍କୁଲ,

ରମାଦେବୀ ମହିଳା ମହାବିଦ୍ୟାଳୟ

ଭୁବନେଶ୍ୱର କଳାରେ ସ୍ନାତକ

ଶିକ୍ଷା ସମାପ୍ତ।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି

ପିଲାଟି ଦିନରୁ 

ଉଦଭାଷିତ ନେତୃତ୍ୱ

ଦୟା, କ୍ଷମା, ଶାନ୍ତିର ପ୍ରତୀକ

ନିର୍ବିକାର,ନିଲ୍ଲୀପ୍ତ ।

ଅର୍ଥାଭାବରୁ କିରାଣୀ ଚାକିରି ନିଯୁକ୍ତ

ବିବାହ ହୁଏ

ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀଙ୍କ ସହିତ

କାଳକ୍ରମେ ଦୁଇ ପୁତ୍ର

ଏକମାତ୍ର କନ୍ୟା ସନ୍ତାନ ଜନ୍ମିତ।

ରାଜନୈତିକ ଜୀବନେ

ସୋପାନ ପରେ ସୋପାନ ଉପନିତ

ରାଇରଙ୍ଗପୁର, ଏନଏସି ,

କାଉନସିଲର ଉପାଧ୍ୟକ୍ଷ, ଉପସଭାପତି

ଦୁଇ ଥର ବିଧାୟକ ନିଯୁକ୍ତ

ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ

ମସ୍ଯ ଓ ପଶୁପାଳନ ବିଭାଗ ମନ୍ତ୍ରୀ

ଶ୍ରେଷ୍ଠ ବିଧାୟକ ଭାବେ

ପଣ୍ଡିତ ନୀଳକଣ୍ଠ ଦାସ

ପୁରସ୍କାର ଲାଭ।

ଜୀବନର ଘାତ ପ୍ରତିଘାତ

ସୁଖ ସହ ଦୁଃଖ ବି ଆଗତ

ପରିପୂର୍ଣ୍ଣ ପରିବାରେ

ଗ୍ରହଣର ସ୍ପର୍ଶ

ବଡ଼ ପୁତ୍ର ଲକ୍ଷ୍ମଣ

ଅକାଳରେ ହତ।

ଅଳ୍ପ ଦିନ ମଧ୍ୟରେ ମାଁ ସହ

ଭାଇଙ୍କର ମୃତ୍ୟୁ

ଦୁଃଖର ସାଗରେ ମ୍ରିୟମାଣ

ତଥାପି ଦୁଃଖର

ଅନ୍ତ ନଥିଲା ଜୀବନେ 

ସାନ ପୁତ୍ର ସିପୁନର

ଅକାଳ ବିୟୋଗ ପରେ

ହୃଦଘାତରେ ସ୍ବାମୀ ଶ୍ଯାମାଚରଣ

ନିହତ।

ଅଦିନେ ଝରିଗଲେ 

ଆତ୍ମିୟ ସ୍ବଜନ

ଏବେ ସାନ ଝିଅ ଇତିଶ୍ରୀ

ଏକମାତ୍ର ବଞ୍ଚିବା ମାଧ୍ୟମ।

ନାରୀର କୋମଳ ହୃଦୟ

ନିୟତିର କ୍ରୃର ପରିହାସ

ବେଦନାର ଅସମାପ୍ତ କୋହ

ସ୍ଥାଣୁ ନିର୍ବାକ ପାଳଟେ ।

ଆଧ୍ୟାତ୍ମିକ ମାର୍ଗ ଅନୁସରେ

ଭାଗ୍ୟର ବିଡମ୍ବନା

ଜୀବନର ଅଜସ୍ର ଯାତନା

ହୃଦୟରେ ଚାପି

ଶକ୍ତି ସ୍ବରୂପିଣୀ

ଝାଡ଼ଖଣ୍ଡର ଗୁରୁ ଦାୟିତ୍ବ

ରାଜ୍ୟପାଳ ଭାବେ ନିଯୁକ୍ତ ।

ଅନେକ ଉନ୍ନତି ମୂଳକ କାର୍ଯ୍ୟ ସମ୍ପାଦନ

ପୁଣି ଭାରତର ସର୍ବୋଚ୍ଚ ଆସନ ଅଳଙ୍କୃତ

ଓଡ଼ିଶାର ଗର୍ବ ଗୋରବ

ଆଦିବାସୀ ସମ୍ପ୍ରଦାୟର ହୀରା ସଦୃଶ

ଶାନ୍ତ, ସରଳ, ଅମାୟିକ

ଜୀବନର ଯୁଦ୍ଧେ ହାରି ଯାଇଥୂଲେ ମଧ୍ୟ

ରାଜନୈତିକ ଜୀବନେ ଶକ୍ତ ଚଟାଣ ସଦୃଶ

ନାରୀଙ୍କ ଆଦର୍ଶ

ମହାମହିମ

ଓଡ଼ିଶାର ପ୍ରଥମ ମହିଳା ରାଷ୍ଟ୍ରପତି

ମାନନୀୟା ଶ୍ରୀମତୀ ଦୋପଦୀ ମୁର୍ମୁ

ଚିର ବନ୍ଦନୀୟ ।


Rate this content
Log in

Similar oriya poem from Abstract