STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ବିଶ୍ଵ ସାମାଜିକ ନ୍ୟାୟ ଦିବସ

ବିଶ୍ଵ ସାମାଜିକ ନ୍ୟାୟ ଦିବସ

1 min
183

  

   ଦେଶୁ ସମାଜୁ ବଶ୍ଵୁ ହଟାଇ ବିଦ୍ଵେଷ

    ଶୋଷଣ କଷଣ ମୁକ୍ତ

    କରିବା ଆମ ପରିବେଶ

    ସଭିଙ୍କ ମୁଖେ ଫୁଟାଇବାକୁ ହସ

    ପାଳିବା ଆସ ପାଳିବା ଆସ

    ବିଶ୍ଵ ସାମାଜିକ ନ୍ୟାୟ ଦିବସ ।


   ନ୍ୟାୟ ରୁ କେହି ହେବେ ନାହିଁ ବଞ୍ଚିତ

   ବିଶ୍ଵକୁ କରିବା ଦୁର୍ନୀତି ମୁକ୍ତ

   ଜାତି, ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ ନାମେ

    ଆମେ କେହି ଲଢିବା ନାହିଁ

    ଶାନ୍ତି ମୈତ୍ରୀ ରେ ଆସ

    ଏ ବିଶ୍ଵ ପରିବେଶ କୁ

     ସଭିଏଁ ଗଢିବା ଆସ

     ଆମେ ଭଉଣୀ ଭାଇ

    ଦୁଃଖୀ ରଙ୍କିଙ୍କ ମୁଖେ ଫୁଟାଇବାକୁ ହସ

      ପାଳିବା ଆସ ପାଳିବା ଆସ

      ବିଶ୍ଵ ସାମାଜିକ ନ୍ୟାୟ ଦିବସ ।


      ସୁନ୍ଦର କରିବା ଆମ ପରିବେଶ

      ସମୃଦ୍ଧ କରିବା ଆମରି ଦେଶ

      ପ୍ରଗତି ପଥରେ ଚଳିବ ବିଶ୍ଵ

     ଯୁଦ୍ଧ ବଦଳେ ଶାନ୍ତି ପାଇଁ କରିବା ପ୍ରୟାସ

      ଜୀବନ ଜୀବିକା ର ସମୃଦ୍ଧି ପାଇଁ

     ଆମ ନିଜ ମଧ୍ୟେ ରଖିବା ନୀତି ଆଦର୍ଶ

     ନୀତି ନୈତିକତା ରେ ଗଢିବା ବିଶ୍ଵ

    ଧନୀ ଦରିଦ୍ର ମଧ୍ୟେ ପ୍ରଭେଦକୁ କରିବା ଶେଷ

     ସମ ବଣ୍ଟନ ରେ ରଖିବା ବିଶ୍ଵାସ

     ସ୍ଵାସ୍ଥ୍ୟ ଶିକ୍ଷା ର କରିବା ବିକାଶ

      ମଣିଷ ପଣିଆ ମାନବିକତା କୁ

      କରିବା ଆସ ଆମ ଜୀବନାଦର୍ଶ

     ରାଜନୀତି, ଅର୍ଥନୀତି, ସମାଜ ନୀତି କୁ

      ଆସ ସଭିଏଁ ମିଳି କରିବା ସ୍ବଚ୍ଛ

      ସଭିଙ୍କ ମନେ ହୃଦେ କରିବା ବାସ

      ସତ୍ୟ ନ୍ୟାୟ ଅହିଂସା ରେ ରଖି ବିଶ୍ଵାସ

      ପାଳିବା ଆସ ପାଳିବା ଆସ

       ବିଶ୍ଵ ସାମାଜିକ ନ୍ୟାୟ ଦିବସ ।


    ସାଧୁତା ସ୍ଵଚ୍ଛତା ହେଉ ଆମ ଆଦର୍ଶ

     ନୀତି ନୈତିକତା ରେ ବଞ୍ଚିବା ପାଇଁ

    ଆଗାମୀ ପିଢ଼ିଙ୍କୁ ଦେବା ପରାମର୍ଶ

    ସମାଜୁ ହଟାଇ ବିଭେଦତା ର ବିଷ

     ଜଳ,ଜମି, ଜଙ୍ଗଲ, ଜନ୍ତୁ

     ସଭିଙ୍କୁ ସୁରକ୍ଷିତ ରଖି

    ମାନବ ସମାଜୁ ହଟାଇବା

      ସବୁଦିନ ପାଇଁ ଶ୍ରେଣୀ ସଂଘର୍ଷ

    ସାମ୍ୟତା ସମତାରେ ଗଢି ଏ ବିଶ୍ଵ

     ସମସ୍ତେ ଏ ଜଗତେ ବଞ୍ଚି ରହିବା କୁ

    ପାଳିବା ଆସ ପାଳିବା ଆସ

     ବିଶ୍ଵ ସାମାଜିକ ନ୍ୟାୟ ଦିବସ ।


      

   

     

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract