STORYMIRROR

Hemanta kumar Sahoo

Abstract

3  

Hemanta kumar Sahoo

Abstract

ଦୀର୍ଘ ଚାଳିଶ ବର୍ଷ ପରେ

ଦୀର୍ଘ ଚାଳିଶ ବର୍ଷ ପରେ

1 min
170


ମଣିଷ ଜୀବନେ ଗ୍ୟାରେଣ୍ଟି ନାହିଁ ଟି 

କେତେବେଳେ କ'ଣ ହେବ 

ଆଜି ଅଛେ କାଲି ଥିବା କି ନ ଥିବା 

କେତେବେଳେ ଯମ ନେବ ।।

ସେଇଥି ପାଇଁ ତ ଚାଳିଶ ବର୍ଷ ପରେ 

ମନରେ ଧାରଣା ଜାଗିଲା

ପିଲା ଦିନ ସାଥୀ ଏକାଠି ହୋଇବୁ

ଏକ ସ୍ଥାନେ ଲାଗିବ ପାଲା ।।

ଆଜି ଆମେ ସର୍ବେ ଏକାଠି ହୋଇଛୁ 

ଓଳାଶୁଣୀ ପାହାଡ଼ରେ 

ବ୍ୟାଚ୍ ଫିଷ୍ଟ ପାଇଁ ମନ ଆଗଭର 

ଦେଖାହେବୁ ସାକ୍ଷାତରେ ।

ଭାବର ହୋଇବ ଆଦାନ ପ୍ରଦାନ

ହୋଇବୁଟି କୋଳାକୋଳି 

ପରଷ୍ପର ସଙ୍ଗେ ଚିହ୍ନା ପରିଚୟ 

ହୋଇବଟି ସ୍ନେହ ମେଳି ।।

ତଥାପି ପଚାଶ ସାଙ୍ଗ ମିଶି ଅଛୁ 

ପିଲାଦିନ ପଢା ସାଥୀ 

ଅପୂର୍ବ ମିଳନ ହୋଇଛି ଆମର 

ପାଇଁ ନୂଆ ସ୍ନେହ ପ୍ରୀତି ।।

କିଏ ଡାକ୍ତର କିଏ ଯେ ବେପାର 

କିଏ ବା ଓଭରସିୟର 

କିଏ ଯେ ଶ୍ରମିକ କିଏ ରାଜନେତା 

କିଏ କିରାଣୀ ଆମର ।।

କିଏ ତ ଶିକ୍ଷକ କିଏ ଭଦ୍ରଲୋକ 

କିଏ ଇଣ୍ଡଷ୍ଟ୍ରିଆଲ ଅଟଇ 

କିଏ ନିଜ ବୃତ୍ତିଗତ ଧନ୍ଦା କରେ 

କିଏ ଯେ ବିଲରେ ଖଟଇ ।।

ଏପରିକା ଦିନ ଆଉ ଆସିବକି

ଯାହା ଆସିଅଛି ଆଜି 

ହସ ଖୁସି ହୋଇ ଦିନ କଟାଇବୁ 

ଈଶ୍ୱରଙ୍କୁ ମନେ ହେଜି ।।

ଖାଇବାଟା ଜମା ବଡ଼ କଥା ନୁହେଁ

ମିଶିବା ହିଁ ଅଟେ ସାର 

ପ୍ରଭୁ ଜଗନ୍ନାଥ ସାହା ହୋଇଥାନ୍ତୁ 

ଭରନ୍ତୁ ସୁଖ ଅପାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract