STORYMIRROR

Hemanta kumar Sahoo

Abstract

3  

Hemanta kumar Sahoo

Abstract

ଜୀବନ ପଥ ଏ ଦେହ ରଥ

ଜୀବନ ପଥ ଏ ଦେହ ରଥ

1 min
151


ଜୀବନ ପଥରେ ମୋ ରଥ ଚାଲୁଛି 

ଘାତ ପ୍ରତିଘାତ ସହି

ରଥର ଚାଳକ ଆଗରେ ବସିଛି 

ଅଦୃଶ୍ୟର ରୂପ ନେଇ।।

କେତେ ଖାଲ ଢିପ ଉଢାଣି ଗଡାଣି

ପଡୁଅଛି ପଥ ସାରା 

ତଥାପି କେଉଁଠି ଅଟକି ଯାଉନି 

ଟଳି ଟଳି ଚାଲେ ପରା ।।

ସାରଥୀଙ୍କୁ ମୋର ଜଣା ସବୁ ପଥ

ପଚାରିବାକୁ ହିଁ ପଡେନି 

ଆଗ ମୁହାଁ ହୋଇ ନେଉଛନ୍ତି ବାହି 

ଚତୁର ଚାଲାକ ସେ ପୁଣି ।।

ଅଣ୍ଟା ପିଠି ମୋର ବ୍ୟଥା କରୁଅଛି 

ତଥାପି ସରୁନି ପଥ 

ସାରଥୀ କୁହନ୍ତି ଆହୁରି ଅନେକ 

ଯିବାକୁ ଅଛିଟି ବାଟ ।।

ରାତି ଦିନ କିଛି ଜଣା ପଡୁ ନାହିଁ

କେମିତି ସମୟ ଯାଉଛି 

ନୂଆ ରଥ ମୋର ପୁରୁଣା ହେଲାଣି 

ଧିରେ ଧିରେ ଗଡ଼ି ଯାଉଛି ।।

ସାରଥୀ କହୁଛି ରଥ ଜାମ୍ ଧରେ 

ଗଡୁନି ଆଗ ଭଳିଆ 

ତେଲ ମୋବିଲ ମୁଁ ବହୁଥର ଦେଲି 

ତଥାପି ଲାଗେ ଛାନିଆ ।।

କେତେବେଳେ ରଥ ଓଲଟି ପଡିବ 

କିଛି ବି ହେବନି କହି

ଧିର ସ୍ଥିରେ ବାବୁ ବସି ରହିଥାନ୍ତୁ 

ଆସଇ ବତାସ ବହି ।।

ଝଡ ତୋଫାନର ସୁ ସୁ ଶଦ୍ଦ 

ଆସଇ ବେଳକୁ ବେଳ 

ଦଦରା ରଥରେ ଯିବା ଭାରି ହେଲା 

ଆସିଗଲା ଶେଷ ବେଳ ।।

ବତାସ ଆସିଲା ରଥକୁ ଭାଙ୍ଗିଲା 

ସବୁଆଡ ଶୂନ୍ ଶାନ୍ 

ଘନ ଅନ୍ଧକାର ଛାଇ ହୋଇଗଲା

ଆଖିରେ ଆଖିଏ ସ୍ଵପ୍ନ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract