STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ହରେ କୃଷ୍ଣ ରାମ ଜୀବନେ ଅମୂଲ୍ୟ

ହରେ କୃଷ୍ଣ ରାମ ଜୀବନେ ଅମୂଲ୍ୟ

1 min
197

ରାଗ(କଲ୍ୟାଣ ଆହାରୀ)

         

ଅମୂଲ୍ୟ ଜୀବନେ ହରେ କୄଷ୍ଣ ରାମ

   ଧର୍ମ ସନାତନ ପରା,

ଅଟେ ଜନ ସେବା ମନୁଷ୍ୟ କର୍ତ୍ତବ

   ରାଷ୍ଟ୍ରେ ଶ୍ରଦ୍ଧା ନିରନ୍ତର।

ଧର୍ମ ତ୍ୟାଗ ଭୂମି ସତ୍ୟ ଭୂଇଁ ପରା

ଗୁଞ୍ଜେ ସନାତନ ଭାରତରେ ସାରା

    ପୂରଣା ସଂସ୍କୃତି ଭରା।


ଦିଏ ଭାଗବତ ମନୁଷ୍ୟ କର୍ତ୍ତବ୍ୟ

    ଗୀତା ଦିଏ କର୍ମ ଜ୍ଞାନ

ଦିଏ ରାମାୟଣ ଜନସେବା ପ୍ରୀତ

   ସଂସ୍କୃତି ବିଶ୍ବେ ଗୁଞ୍ଜନ

ପିତୃମାତୃ ସେବା ସର୍ବୋତ୍ତମ ପରା

ଅତିଥି ଗୁରୁଙ୍କ ସେବା ପରମ୍ପରା

    ପ୍ରେମ ମାତୃଭାଷା ପରା।


ଜଗନ୍ନାଥ ଭକ୍ତି ରହୁ ହୃଦୟରେ

    ଦାରୁବ୍ରହ୍ମ ପରା ସେହୁ,

ହରେ କୃଷ୍ଣ ରାମ ଅଟନ୍ତିରେ ବନ୍ଧୁ

    ରହୁ ଅନ୍ତର୍ଗତେ ଏହୁ

ନାହିଁ ହାତ ପାଦ ସବୁ ଦେଇ ଛନ୍ତି 

କର୍ମ କରିବାକୁ ଜ୍ଞାନ ଦେଇଛନ୍ତି

     ନେତ୍ରେ ସବୁ ଦେଖୁଛନ୍ତି।


ପରା ପୁରୀ କ୍ଷେତ୍ରେ ବଡ଼ ଦେଉଳରେ

    ବିରାଜିତ ମହାପ୍ରଭୁ,

ସଙ୍ଗରେ ଅଛନ୍ତି ଭାଇ ଓ ଭଉଣୀ

    ସେହୁ ଜଗତର ବିଭୁ

ବାୟୁ ବିପରୀତେ ବାନା ଉଡୁଥାଏ

କାଳିଆ କାଳିଆ ରାବ୍ ଶୁଭୁ ଥାଏ

    ଭକ୍ତି ଓ ପ୍ରେମ ବଢୁଥାଏ।


ଅପୂର୍ବ ରହସ୍ୟ ରହିଛି ସେଠାରେ

   ପକ୍ଷୀ ମନ୍ଦିରେ ନ ବସନ୍ତି 

ମନ୍ଦିରର ଛାୟା ନପଡେ ଭୂମରେ

    ଜ୍ଞାନର ଦୀପ ଜାଳନ୍ତି

ପ୍ରଭୁଙ୍କ ସନ୍ଦେଶ ପ୍ରେମ ଓ ପ୍ରୀତିର

ସାକ୍ଷାତରେ ପରା ଦାରୁ ନିରାକର

     ପଦେ ଭକ୍ତି ନିରନ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract