STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ମୁଖରା ମାଳତୀ

ମୁଖରା ମାଳତୀ

1 min
179

ମାଳତୀ ଲୋ ମଉଳି ଗଲୁ ତୁ

କିଏ ନେଇଗଲା ବୋଲି,

ତୋ ଦେହରୁ ବାସନା ନିଗାଡ଼ି ।

ପ୍ରଜାପତି ଭଅଁର ଆଉ ମହୁମାଛି ସବୁ

ରସ ଶୋଷିନେଲା ଯାଏ

ସବୁ ଠିକ ଥିଲା , ତୁ ବି

ହସୁଥିଲୁ ମନ ମହକେଇ ।

ମହକ ଏବେ ବି ଅନେକ ତୋ ଅଙ୍ଗେ

ନିଜେ ଶୁଙ୍ଘି ଦେଖ ତୁ ନିଜକୁ।

ବାସନା ହଜିନି କେବଳ ହଜି ଯାଇଛୁ ତୁ

ସେମାନଙ୍କ ଗହଳି ଭିତରେ

ନିଜର ଅପରାଧ ବୋଧ 

କବଳିତ କରି ରଖିଛି ତୋର

ଆହତ ଅବୟବ ସବୁକୁ ।


ହେଲେ ଡେମ୍ଫ ଛଡ଼ା ହେବାର ଜ୍ବାଳା

ଝାଉଁଳେଇ ଦେବ ଲୋ ଆହୁରି

ଝଡ଼େଇ ଝଡ଼େଇ ଯିବ ଝଡ଼ିବା ଆଗରୁ

ଯେମିତି ଅପହୃତ ମହକ ଲୋ ତୋର

ପବନରେ ଉଡିବା ଆଗରୁ।

ନିଃଶ୍ବାସ ଗୁଡାକ ସବୁ ବାମ୍ଫ ହୋଇ

ଜମାଟ ବାନ୍ଧି ଅଟକିବେ ଲୋ ଛାତିତଳେ

ଦୀର୍ଘଶ୍ବାସ ହୋଇ ବାହାରିଯିବା ଯାଏ।

ତତଲା ଲୁହ ସବୁ ବୋହି ବୋହି 

ଚେତେଇବେ ଥଣ୍ଡା ହେବାଯାଏ ।


ଲାଜକୁଳୀ ଲତାକୁ ଦେଖ ଲୋ ଥରେ

ଝାଉଁଳିବା ମଉଳିବା ପରେ ପୁଣି

ମୁଣ୍ଡ ଟେକି ଅନେଇଛି କେମିତି

ସତେ ଅବା ଝାଉଁଳି ନଥିଲା ସେ।

ଠିଆ ହେବା, ସାମନା କରିବା ପଣ

ଫେରେଇ ଆଣୁନୁ କାହିଁକି?

ତୋ ଭିତରୁ ତୋତେ ଟାଣି ଭିଡ଼ି

ବାହାର କରୁନୁ କାହିଁକି?

ନିଜ ଦେହେ ଦେହେ ପ୍ରତିରୋଧ

ପ୍ରତିବାଦ ପ୍ରତିଶୋଧର କଣ୍ଟା ବିଛେଇ,

ହେଇ ଯାଉନୁ କାହିଁକି "ମୁଖରା ମାଳତୀ"





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract