STORYMIRROR

Gitanjali Pujapanda

Abstract Others

4  

Gitanjali Pujapanda

Abstract Others

କଳା ଧଳା ଗୋସେଇଁ

କଳା ଧଳା ଗୋସେଇଁ

1 min
372

ଦୁଃଖୀଟିଏ ମୁହିଁ ମାଗୁଅଛି କିଛି 

ଆହେ କଳା ଧଳା ଗୋସେଇଁ।।୦।।

ବେଶି କିଛି ମାଗୁନାହିଁ ସବୁ ତ ଦେଇଛୁ 

ହେଲେ ତୋ ଦର୍ଶନରେ ମନ ମୋ ବଳଇ।।୧।।

ରତ୍ନସିଂହାସନେ ବସିଅଛ ପ୍ରଭୁ

ଚାରି ବାହୁକୁ ମେଲେଇ...।।୨।।

ଅନାଥର ନାଥ ଆହେ ଭାବଗ୍ରାହୀ

ଦିଅ କରୁଣା ବର୍ଷାଇ....।।୩।।

ଦୁଃଖୀଟିଏ ମୁହିଁ ମାଗୁଅଛି କିଛି 

ଆହେ କଳା ଧଳା ଗୋସେଇଁ....।।୦।।

ତୋ ଭକ୍ତି ପ୍ରଦୀପ ମୋ ଉପରେ 

ଭାରି ଦର୍ଶନ ଟିକେ ନ ମିଳଇ....।।୪।।

ମନରେ କୋହ ଆଖିରେ ଲୁହ 

ନିତି ଦୀପଜାଳେ ତୋ ନୀଳଚକ୍ରକୁ ଚାହିଁ ।।୫।।

ଦୁଃଖୀଟିଏ ମୁହିଁ ମାଗୁଅଛି କିଛି 

ଆହେ କଳା ଧଳା ଗୋସେଇଁ...।।୬।।

ଏ ମହାକାର୍ତ୍ତିକେ ମନ ଖାଲି 

ଝୁରେ ତୋ ଦର୍ଶନ କରିବା ପାଇଁ....।।୭।।

ତୋ ଆଖି ଦୁଇ କୁ ମନ ମୋର ସବୁ ବେଳେ

ଝୁରୁଥାଇ ଆହେ କଳା ଗୋସେଇଁ ।।୮।।

ପତିତଜନଙ୍କୁ ଉଦ୍ଧାରୁଛ ପ୍ରଭୂ କରୋନା ରୂପୀ

ରାକ୍ଷସ ଠାରୁ ଉଦ୍ଧାର କରହେ ଜଗତ ସାଇଁ।।୯।।

ତୋ କରୁଣା ବିନା ପତ୍ରଟେ ବି ହଲେନା 

ଦେଖାଇ ଦିଅ ତୁମ ଲୀଳା ହେ ଗୋସେଇଁ ।।୧୦।।

ଆହେ ନିଳାଦ୍ରୀ ସାମନ୍ତ ଏ କରୋନାର ହେଉ ଅନ୍ତ ରତ୍ନସିଂହାସନେ ନାଗାର୍ଜୁନ ବେଶେ

ଦେଖନ୍ତୁ ତୋ ଭକ୍ତ ସବୁ ପ୍ରତିକ୍ଷାର ହେଉ ଅନ୍ତ।।୧୧।।

ଦୁଃଖନାଶନ ସବୁ ଦୁଃଖର କର ନାଶ 

କାରଣ ତୁମେ ହିଁ ସଭିଙ୍କ ମନର ବିଶ୍ୱାସ ।।୧୨।।

ଦୁଃଖୀଟିଏ ମୁହିଁ ମାଗୁଅଛି କିଛି

ଆହେ କଳା ଧଳା ଗୋସେଇଁ।।୦।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract