STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନୂଆଁ ଭାରତର ଅମୃତ କାଳ

ନୂଆଁ ଭାରତର ଅମୃତ କାଳ

1 min
156


   

   ନୂଆ ନୂଆ ଇତିହାସ ଲେଖୁଛି ଭାରତ।   

ଜନଜନ ରାଷ୍ଟ୍ରେ ଆଜି କେତେଯେ ଗର୍ବିତ। ଅମୃତକଳରେ।

    ଶକ୍ତି ଆତ୍ମନିର୍ଭରର ଗୁଞ୍ଜନ କରୁଛି।


ନୂଆନୂଆ କ୍ରୀତୀ ଦେଶ ବ୍ରହ୍ମାଣ୍ଡେ ଲେଖୁଛି।ଅମୃତ କାଳରେ।


   ଶାନ୍ତିର ସନ୍ଦେଶ ପରା ଦେଉଛି ବିଶ୍ବକୁ।


ଅହିଂସାର ମନ୍ତ୍ର ପୁଣି ଦେଉଛି ଜନକୁ।

ଅମୃତ କାଳରେ।


   କର୍ମେ ଆତ୍ମନିର୍ଭରଟି ହୋଇଛି ଭାରତ।


ନିଜ ଭବିଷ୍ୟତ ରାଷ୍ଟ୍ର କରୁଛି ନିର୍ମିତ।

ଅମୃତ କାଳରେ।


   ଦେଶର ନିର୍ମିତ ଯହୁଁ ଜାହାଜ ଉଡୁଛି।


କେତେଯେ ଗର୍ବିତ ଜନେ ରାଷ୍ଟ୍ର କରୁଅଛି।ଅମୃତକାଳରେ।


   ରାଜପଥ ଏବେ ରାଷ୍ଟ୍ରେ ଆମେରିକା ପରି।


ଜନତା କଲ୍ୟାଣ ହୁଏ ସମଭାବ ଧରି।ଅମୃତକାଳରେ।


   ସବୁ କ୍ଷେତ୍ରେ ଭାଇ ରାଷ୍ଟ୍ର ହେଉଛି ସବଳ।


ହୁଁକାର କରେଟି କ୍ଷେତ୍ରେ ସୈନିକର ଦଳ।ଅମୃତକଳରେ।


   ଯେଉଁ ଭୁଇଁରେ ଗୁଞ୍ଜୁଛି କୃଷ୍ଣ ରାମ ନାମ।


ପୁରୀକ୍ଷେତ୍ରେ ଶୁଭେ ଭାଇ ଜଗନ୍ନାଥ ନାମ।ଅମୃତକଳରେ।


   ନୂଆ ନୂଆ ଆବିଷ୍କାର ହୁଏ ନିତି ଦିନ।


ଗର୍ବିତ କରନ୍ତି ଯୁବା କର୍ମ ଜ୍ଞାନେ ଧ୍ୟାନ।ଅମୃତକଳରେ।


   ସଂସ୍କୃତି ରାଷ୍ଟ୍ରର ଭାଇ ଗୁଞ୍ଜେ ବିଶ୍ବ ସାରା।


ପ୍ରୀତି ସମ୍ମାନ କରନ୍ତି ଏବେ ବିଶ୍ବ ପରା।ଅମୃତକଳରେ।


  ଦୂର ଭ୍ରଷ୍ଟାଚାର ହୁଏ ଶାସନର ବଳୁ।


ଆଜି ଡିଜିଟାଲ୍ ହେଲା ବୈଜ୍ଞାନିକ କୋଳୁ।ଅମୃତକଳରେ।୧୧।


  କର୍ତ୍ତବ୍ୟପଥଟି ନିତ୍ୟେ ଦେଉଛି ସନ୍ଦେଶ।


 ଶେଷଧାଡିରେ ଥିବାବ୍ୟକ୍ତି ସେବାଅଶେଷ।ଅମୃତକଳରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract