STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଶୁଭ ଜାଗର

ଶୁଭ ଜାଗର

1 min
194


ରାଗ(ମଙ୍ଗଳ କାମୋଦୀ)


ଆସ ଆସ ମାଆ ମାଉସୀ, ମହା ଶିବରାତ୍ର ଆସିଛି ସାଜି

କେତେ ସୁସଜ୍ଜିତ ଶିବଙ୍କ ମନ୍ଦିର, ଜାଳି ଦେବା ଦୀପ ଆଜି

ରାତ୍ରି ଉଜାଗରେ

ଭୂତେଶ୍ବର ପ୍ରେମେ ବହି,

ଦୀପ ଜାଳି ଦେବା ଶିବଙ୍କ ଭକ୍ତିରେ,ଅକର୍ମା ଦାନୀଯେ ସେହି

ଫଗୁଣ ମାସର କୃଷ୍ଣ ପକ୍ଷ ପୁଣି, ଚତୁର୍ଦ୍ଦଶୀ ପରା ଆଜି

ପଞ୍ଚମ ଅକ୍ଷର ଗୁଞ୍ଜନ ରାଷ୍ଟ୍ରେ,ଓଁ ନମଃ ଶିବାୟକୁ ଭୋଜି

ମୃଦଙ୍ଗ ବାଜିବ

ତହିଁ କାହାଳୀ ଗୁଞ୍ଜିବ

ଶଙ୍ଖ ବାଜୁ ଥିବ ପ୍ରେମ ଓ ଶ୍ରଦ୍ଧାରେ ହୁଳହୁଳି ପଡୁଥିବ।

ଆଧ୍ୟାତ୍ମିକ ପଥ ପରା ଏହୁ ରାତ୍ର, କାର ଶକ୍ତି ବର୍ଣ୍ଣିବାର 

ସନ୍ଧାନକାରୀଙ୍କ ପାଇଁ ରାତ୍ର ପରା,ତାଙ୍କ ଅଟେ ଦରକାର

ପୂଜନ ଭକ୍ତିରେ

ଦେଇ ପ୍ରେମ ଶ୍ରଦ୍ଧା ପ୍ରୀତି,

ଜାଗର ଜାଳିଣ ଶଙ୍କର ଚରଣେ ରଖିଣ ମନରେ ଭକ୍ତି।

ଆହେ ଭୋଳାନାଥ ମଙ୍ଗଳ କରହେ,ହେଉ ରାଷ୍ଟ୍ର ବିଶ୍ବଗୁରୁ

ସବୁକ୍ଷେତ୍ରେ ହେଉ ଦେଶ ଶକ୍ତିଶାଳୀ, ସାରା ବୈଭବରେପୁରୁ

ଆତ୍ମ-ସମର୍ଥନ

ଆତ୍ମନିର୍ଭରଟି ରହୁ

ସତ୍ୟ ତ୍ୟାଗ ପ୍ରୀତି ଗୁଞ୍ଜୁଥାଉ ରାଷ୍ଟ୍ରେ, ଅହିଂସାର ଭାବରହୁ।

ପ୍ରଭୁ ବିଶ୍ବନାଥ ନଜର ଦିଅ ହେ ବିଚ୍ଛିନ୍ନାଞ୍ଚଳ ଦୁର୍ଦ୍ଦଶା

ଭାଷା ଶିକ୍ଷା ମିଳୁ

ରଖି

ଛନ୍ତି ତୋର ଆଶା,

ଜନନୀ ଭାଷାରେ ଏଠି ଶିକ୍ଷା ମିଳୁ, ପୂର୍ଣ୍ଣ କର ଅଭିଳାଷ।

ନମଃଶିବାୟ ରାବ୍ ଗୁଞ୍ଜୁ ଥାଉ ପଞ୍ଚ ଅ କ୍ଷ ର ଏହୁ ହୃଦେ

କଲମ ମୁନରେ ଶକ୍ତି ଦିଅ ମୋତେ, ଭକ୍ତି ରଖି ଥିବି ପଦେ

ଜାଗର ଜାଳିବା

ମହାଶିବରାତ୍ରେ ଧ୍ୟାନେ,

ଚାଲ ଭାଇ ଯିବା ଶିବଙ୍କ ମନ୍ଦିର, ପୂଜିବାରେ ତ୍ରିଲୋଚନେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract