STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ହେ ସୃଷ୍ଟିକର୍ତ୍ତା

ହେ ସୃଷ୍ଟିକର୍ତ୍ତା

1 min
140


ତୁହି ସୃଷ୍ଟିକର୍ତ୍ତା ଜଗତର ଦାତା

ଅଟୁ ଜୀବଙ୍କର ପ୍ରାଣ ନିର୍ମାତା

ଚରାଚର ପୃଥିକୁ କରିଛୁ ଧାରଣ

ଶୋଭେ ହିମାଳୟ ତହିଁ l


ମୁକୁଟର ପରି ଯହିଁ

ଗଛପତ୍ର ଲତାରେ ଭରିଣ ଟି ଅଛି

ରାବ୍ ସାଗରର ଶୁଭୁଛି

ସାଗରର କୁଳେ ବଡ଼ଦେଉଳ ଅଛି।


ଜଗା ଦା ରୁ ବ୍ର ହ୍ମ ତୁହି

ତୋର ହାତ ପାଦ ନାହି

ମନୁଷ୍ୟକୁ ଦେଇଛୁ ସବୁ ପରା ତୁହି

କର୍ମ କରିବାର ପାଇଁ l


ସତ୍ୟରେ ରହିବା ପାଇଁ

ତୁ ଅନାଦି ଅନନ୍ତ ଅଟୁରେ କାଳିଆ

ଚକାନୟନରେ ଦେଖୁଛୁ,

କେଉଁ କାର୍ଯ୍ୟ କରେ ପ୍ରଭୁ ତାହା ଜାଣୁଛୁ।


ଅଟେରେ ବଡ଼ଦେଉଳ,

ଶୁଭେ ଭକ୍ତ କଳାହଳ

ବଙ୍ଗ ସାଗର ନୁହେଁ କଳିଙ୍ଗ ସାଗର

ଦ୍ବାରାର ସ୍ବର୍ଗ ତହିଁର l


ମୁକ୍ତିମଣ୍ଡପ ଭ କ୍ତ ର

ଦେଖିଲେ ଟି ଆଶ୍ଚର୍ଯ୍ୟ ହୁଏରେ ହୃଦୟେ

କୃପାସିନ୍ଧୁ ଙ୍କ ଭୁଇଁ ଏହୁରେ

ଭକ୍ତକୁ ରଖିଥାନ୍ତି କୃପା ନିରନ୍ତରେ।


ପବିତ୍ର ଭୂମି ଏହୁରେ

ପୁରୀ ଧାମର ନାମରେ

ଭାଇ ଓ ଭଉଣୀ ସଙ୍ଗରେ ପରା ଅଛନ୍ତି

ଗୃହସ୍ତା ଶ୍ରମ ଧର୍ମର l


ପରିବାର ଟି ପ୍ରେମର

ହୋଇବ ଗୃହେ ଯେବେ ସଂସ୍କାର କର୍ମର

ସେବା ଟି ଧର୍ମପଥର

ଏ ପ ରି ଟି ଭ କ୍ତ ଙ୍କୁ ରଖନ୍ତି ନଜର।


ଧର୍ମ ସନାତନ ପରା

ରାଷ୍ଟ୍ର ସଂସ୍କୃତି ସାରା

ସତ୍ୟ ତ୍ୟାଗ ଶ୍ରଦ୍ଧା ଟି କର୍ତ୍ତବ୍ୟପଥର

ରାଷ୍ଟ୍ର ପ୍ରେମ ପ୍ରୀତି ଅଟେ l


ନିସ୍ବାର୍ଥା ରେ ମନ କଟେ

ଶେଷଧାଡି ଥିବା ବ୍ୟକ୍ତିର ସେବା ଅଟେ

ସେବୁ ଥିବ ତାଙ୍କୁ ଆଦରେ

ସାର୍ଥକ ହୁଏ ଜନମ ଜଗା ଭକ୍ତିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract