STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ତୁଳନା କାହିଁକି କରିବା

ତୁଳନା କାହିଁକି କରିବା

1 min
203


କାହା ପରି କିଏ ହୋଇକି ପାରିବା

   କୁହ ମୋର ଭାଇ ବନ୍ଧୁ

ଏହି ଜଗତଟା ବର୍ଣ୍ଣିବା ହିଁ କଷ୍ଟ

   କିଏ ବିନ୍ଦୁ କିଏ ସିନ୍ଧୁ ?


ଈଶ୍ବର କାହାକୁ କେମିତି ସଜେଇ

   ଦେଇଛି ପୃଥିବୀ ପୃଷ୍ଠେ

ଭାରସାମ୍ଯ ରକ୍ଷା କରିବା ପାଇଁକି

   ହସର ଜୁଆର ଓଠେ।


ଜହ୍ନର କିରଣ ପୃଥିବୀରେ ପଡେ଼

   ନିଜସ୍ବ ଥାଏ କି ତାର

ତାପ ଦେବା ପାଇଁ ଅକ୍ଷମ ଅଟଇ

   ଦାନ ତ ଅଟେ ସୂର୍ଯ୍ଯର ?


ଆଖୁର ଦେହରେ ମିଠା ଭରିଦେଇ

   ଜଗତ କଲ୍ଯାଣ କରି

ଅଥଚ ତା'ଦେହେ ଫଳ ନ ଥୋଇକି

   ତା 'ଜୀବନ କରେ ଜାରି।


ଭାରି ସୁଗନ୍ଧିତ ଚନ୍ଦନ ନୁହେଁକି

   କିନ୍ତୁରେ ଫୁଲଟେ କାହିଁ

ତଥାପି ସେ ଆଜି ଦାମୀ ହିଁ ନିଶ୍ଚିତ

   ଏ ଆମ ମରତ ଠେଇଁ ?


କି ସୁନ୍ଦର ଦିଶେ ପଳାଶ ଫୁଲଟି

   ଦେଖୁଥିଲେ ଦେଖୁଥିବ

ହେଲେ ତା' ହୃଦରୁ ବାସ୍ନାଟେ ମିଳେକି

   କୁହ ଯିଏ ଦେଖୁଥିବ?


ଏହି ଜଗତରେ ଈଶ୍ବର ଇଛାରେ

   ଭାରସାମ୍ଯ ରକ୍ଷା ପାଇଁ

ପ୍ରତିଟି ହୃଦରେ ବିଭିନ୍ନତା ସୃଷ୍ଟି

   କରି ଦେଇଛନ୍ତି ସାଇଁ।


ତେଣୁ ହେ ମୋର ଭାଇ ବନ୍ଧୁଗଣ

   ଏତିକି ବିନମ୍ର ମୋର

କାହା ସଙ୍ଗେ କେହି ସମାନ ନ ହୋଇ

   ନିଜ କର୍ମ ସଦା କର।


ଏ ପୃଥିବୀ ମଧ୍ଯେ ସଭିଏଁ ନିଶ୍ଚିତ

   ଜଗତ କଲ୍ଯାଣ ପାଇଁ

ଈଶ୍ବର ସୃଜିଛି ସନ୍ତୁଳନ ରକ୍ଷା

   ଦୀର୍ଘ ଭବିଷ୍ଯତ ଚାହିଁ।


କୋଟିଏ ପ୍ରଣାମ ସଭିଙ୍କୁ କରୁଛି

   ତୁଳନା ନ କରି କେହି

ରୂପ ଓ ସୌରଭ ବିକଶିତ ହେଉ

   ଭାଇଚାରା ସୃଷ୍ଟି ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract