STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନାରୀ

ନାରୀ

1 min
126


ଚିନ୍ତା ଦେଶାକ୍ଷ ରାଗ(ଜୟନ୍ତ)


ଯେଉଁ ଠାରେ ହୁଏ ଭାଇ ନାରୀଙ୍କ ସମ୍ମାନ

ବାସ ଦେବତାଙ୍କ ପରା ହୁଏ ସେହୁ ସ୍ଥାନ।


ଯେଉଁ ଠାରେ ହୁଏ.............

ମନୁଙ୍କ ବଚନ ବନ୍ଧୁ ଅଟେ ପରା ଏହୁ

ମନେ ରଖିଥିବା ବାକ୍ୟ କର୍ମପଥେ ସବୁ।


ଯେଉଁ ଠାରେ ହୁଏ.............

ନାରୀ ପରିଚୟ ଅଟେ ସମାଜ ସଂସ୍କୃତି

ତାଙ୍କ ଠାରୁ ସବୁ ଭବେ ହୁଏ ଟି ଉତ୍ପତ୍ତି।


ଯେଉଁ ଠାରେ ହୁଏ..............

ନାରୀ ପରା ଅଟେ ଯହୁଁ ସବୁ କେନ୍ଦ୍ରବିନ୍ଦୁ

କରୁଣାର ଅଟେ ନାରୀ ଜ୍ଞାନ କର୍ମ ବିନ୍ଦୁ।


ଯେଉଁ ଠାରେ ହୁଏ............

ମାଆ ଭଉଣୀ ପତ୍ନୀ ଓ ପ୍ରେମିକା ଆଦର

ପ୍ରତ୍ୟେକ ଚରିତ୍ରରେ ଟି ମହତ୍ତ୍ଵ ତାଙ୍କର।


ଯେଉଁ ଠାରେ ହୁଏ............

ତ୍ୟାଗ ସ୍ନେହ କର୍ତ୍ତବ୍ୟର ପ୍ରତିମୂର୍ତ୍ତି ନାରୀ

କିଏ ହେବ ତାର ଏହୁ ବ୍ରହ୍ମାଣ୍ଡରେ ସରି।


ଯେଉଁ ଠାରେ ହୁଏ...........

ସର୍ବଶ୍ରେଷ୍ଠ ସ୍ଥାନ ତାର ଏ ମୋହି ମଣ୍ଡଳେ

କର୍ତ୍ତବ୍ୟରବୋଧ ନାରୀ କରେ ଭୂମଣ୍ଡଳେ।


ଯେଉଁ ଠାରେ ହୁଏ .................

ଶାସ୍ତ୍ର ଓ ପୂରାଣେ ତାର ସର୍ବୋତ୍ତମସ୍ଥାନ

ଗୃହ ଧର୍ମେ ଅଟେ ନାରୀ ସବୁଠୁ ମହାନ।


ଯେଉଁ ଠାରେ ହୁଏ.................

ଶକ୍ତିରୂପା ନାରୀ ଯହୁଁ ସର୍ବଶକ୍ତିମାନ

ମନୁଷ୍ୟ ସମଜ ସେହୁ କରେଟି ସୃଜନ।


ଯେଉଁ ଠାରେ ହୁଏ..................

ଦଶ ମାସ ଗର୍ଭେ ଧରି ସନ୍ତାନ ଜନମ

ଯତ୍ନ କରି ବଡ଼ କରେ ଅପୂର୍ବ ତା କର୍ମ।


ଯେଉଁ ଠାରେ ହୁଏ.................

ସହନ ଶୀଳତା ତାର ବସୁମତୀ ପରି

କରୁଣା ତାହାର ଅଟେ ଅନ୍ନପୂର୍ଣ୍ଣା ସରି।


ଯେଉଁ ଠାରେ ହୁଏ................

ଲକ୍ଷ୍ମୀଠାକୁରାଣୀ ନାରୀ ଆଦିଶକ୍ତିମାତା

ମନୁଷ୍ୟ ନିର୍ମାଣେ ଯହୁଁ ଶୁତ୍ରଧାରଦାତା।

ଯେଉଁ ଠାରେ ହୁଏ..............




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract