STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପ୍ରେମ ଅଟେ ଅନନ୍ତ

ପ୍ରେମ ଅଟେ ଅନନ୍ତ

1 min
136


ରାଗ(ଚୋଖି)


ସତୁରୀ ବର୍ଷ ଟି ମୋର

ସ୍ତ୍ରୀରେ ଷାଠିଏ ବର୍ଷର

ପ୍ରେମ ଓ ଶ୍ରଦ୍ଧାରେ ବ୍ୟତୀତ ଏ ଜୀବନ

ସେବା ପିତୃମାତୃଙ୍କର 

ଜଗା ଭକ୍ତି ନିରନ୍ତର

ଦୁହେଁ ଯାର ଥିଲୁରେ ଶିବଙ୍କ ମନ୍ଦିର

ଜାଳିଲୁରେ ଦୀପ ଭକ୍ତିର

ତହିଁ ରାତ୍ରି ଉଜାଗର- ଶୁଭ ଜାଗର।


ନିସ୍ବାର୍ଥା ର ପ୍ରେମ ଭାବ

ଦୁହିଁଙ୍କର ଏକ ରାବ୍

ପ୍ରେମ ଏହୁତରେ ଅଟେ ଗୃହସ୍ତାଶ୍ରମର

ଦୀପ ଜାଳୁଥିଲା ଯହିଁ

ଦୁହେଁ ଚାହିଁ ଥିଲି ତହିଁ

ଭୂତେଶ୍ବରଙ୍କରଟି ଭକ୍ତି ଉଜାଗର

ଭକ୍ତି ଓ ପ୍ରେମେ ରଖିଥିଲୁ

ଓଁ ନମଃଶିବାୟର ନାମକୁ ଗାଉଥିଲୁ।


ଭକ୍ତିର ପରା ଅଞ୍ଚଳେ

ଶ୍ରଦ୍ଧାର ପ୍ରେମର କୋଳେ

କରିଛୁରେ ନିର୍ମାଣ ଦାମ୍ପତ୍ୟକୁ ମେଳେ

ଅତିଥି ସତ୍କାର ତହିଁ

ଗୁରୁଜନ ଭକ୍ତି ଯହିଁ

ଏହୁ ଭାଲେଣ୍ଟାଇନସ୍ ଆମର ଏହିଁ

ତ୍ୟାଗ ପ୍ରେମ ଶ୍ରଦ୍ଧାକୁ ଚାହିଁ

ନିର୍ଭରଶୀଳ କର୍ତ୍ତବ୍ୟପଥରେ ଏହିଁ।


ଜୀବନର ପରିଭାଷା

କର୍ତ୍ତବ୍ୟର ଅଭିଳାଷ

ଏହୁତ ପ୍ରେମ ଅଟେ ଭାଲେଣ୍ଟାଇନସ୍

ବସନ୍ତର ଉପସ୍ଥିତି 

 ରଖିଣ ଭକ୍ତି ଓ ପ୍ରୀତି

ମହାଶିବରାତ୍ରୀ ପରା ଆସିଛି ଏଠି

ମନ୍ଦିରକୁ ଦୁହେଁରେ ଗଲୁ,

ପୂଜନ ତହିଁ ବିଶ୍ବନାଥଙ୍କୁରେ କଲୁ।


ପ୍ରେମର ଉଦ୍ଦେଶ୍ୟ ରହୁ

ଭାଲେଣ୍ଟାଇନସ୍ ଏହୁ

କାମନାର ପ୍ରେମଟି ନୁହେଁ ଶ୍ରଦ୍ଧା ପ୍ରେମ

ପ୍ରେମ ସାବିତ୍ରୀର ରହୁ

ପତି ପତ୍ନୀ ପ୍ରେମ ଏହୁ

ନିସ୍ବାର୍ଥାର ପ୍ରେମରେ କେତେ ଶକ୍ତି ଅଛି

ମୃତ୍ୟୁଟି ହୁଏରେ ଜୀବନ୍ତ

ଏହୁ ପ୍ରେମଟି ଅଟେ ବ୍ରହ୍ମାଣ୍ଡେ ଅନନ୍ତ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract