STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ଆହୁରି ଅନେକ ବାକି

ଆହୁରି ଅନେକ ବାକି

1 min
216


ଫେରିଯିବା ଆଗୁଁ କରିଯିବା ପାଇଁ

ଅଛି ବି ବହୁତ କିଛି,

ପଥ ଅତିକ୍ରାନ୍ତ ହେଲାଣି ଅନେକ

ଆହୁରି ଅନେକ ବାକି।

ଏପାଖ ସୂରୁଜ ସେପାଖକୁ ଗଲେ

ସମୟ ହୁଏନା ଶେଷ,

ସଞ୍ଜ ତାରା ଆସି କହିଯାଏ ଅଛି

ରାତି ବି ରହିଛି ବାକି।

ପୁନେଇଁ ଜହ୍ନଟା ଜଳୁଥାଏ ବୋଲି

ଅନ୍ଧାରକୁ ଚିହ୍ନି ହୁଏ,

ତଥାପି ଅନେକ ଅଚିହ୍ନା ଅନ୍ଧାର

ଆଲୁଅ ଭିତରେ ବାକି।

ବିଶ୍ବାସ ବଞ୍ଚେଇ ରଖିଥିଲେ ହୁଏ

ନିଃଶ୍ବାସ ବି ହଲଚଲ,

ନହେଲେ ଜୀବନ ମରଣ ମଝିରେ

କେତେ ବା ସମୟ ବାକି!

ଜୀବ ଯିବ ଛାଡ଼ି ଶବ ଥିବ ପଡ଼ି

ସଂସାରର ନୀତି ଏହି,

ନିଜ କର୍ମ ଛାପ ଛାପି ଥିଲେ ସ୍ୱତଃ

ଜୀବନ ରହିବ ବାକି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract