STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଶେଷ ଧାଡ଼ିର ସେବା

ଶେଷ ଧାଡ଼ିର ସେବା

1 min
207


ରାଗ(ମଙ୍ଗଳ କାମୋଦୀ)


କର୍ତ୍ତବ୍ୟେ ଜଡ଼ିତ ଶେଷ ଧାଡ଼ି ସେବା ରାଷ୍ଟ୍ରେ ହେଉଅଛି ଏବେ 


ଦେଶ ଚାଲୁଛି ପ୍ରଗତିର ପଥେ ମାଗଣା ଖାଦ୍ୟ ମିଳେ ସର୍ବେ


କର୍ମକୁ କରନ୍ତି


ତାଙ୍କରି ରୋଜଗାରେ 


ଆସୁଅଛି ଟଙ୍କା ଜମା ସେ କରନ୍ତି ତାଙ୍କରି ନିଜ ଖାତାରେ।


କିପରି ନହେବ ରାଷ୍ଟ୍ରର ଉନ୍ନତି ସୁବିଧାଟି ଘରେ ଘରେ


ରାସ୍ତା ଘାଟ ସବୁ ଦିଶୁଛି ସୁନ୍ଦର ବିଦ୍ୟୁତ ଆଲୋକ ଧାରେ


ଅମୃତ ଏ କାଳ


ସବୁ କର୍ତ୍ତବ୍ୟ ପଥରେ 


ଶାସନ ବ୍ୟବସ୍ଥା କରେ ଆନନ୍ଦିତ ଶାନ୍ତି ସନ୍ଦେଶ ବିଶ୍ବରେ।


ଏବେ ଭ୍ରଷ୍ଟାଚାରୀ ଡ଼ରି ରହିଛନ୍ତି ଡିଜିଟାଲ୍ ଦ୍ବାରା ଆଜି


ଉପରଧାଡିରେ ଦେଶର ପ୍ରଧାନ ଦେଲେ ମାରି ବିଶ୍ବେ ବାଜି


ସମ୍ମାନ ବିଶ୍ବରେ


ପରା ଆଦର ଅପାର


ମାନ୍ୟତା ଏବେରେ ବିଶ୍ବଗୁରୁ ପରି ଭାରତବର୍ଷେ ଆମର।


ଗାଆଁରେ ମିଳୁଛି ସମସ୍ତ ସୁବିଧା ଡିଜିଟାଲ୍ ହୋଇ ଅଛି


ସ୍ବାସ୍ଥ୍ୟର ବ୍ୟବସ୍ଥା ଆୟୁଷ୍ମାନ୍ ଏବେ ଗରିବଙ୍କୁ ମିଳୁ ଅଛି


ଆତ୍ମନିର୍ଭରଟି


ତହିଁ ଆତ୍ମବିଶ୍ୱାସଟି


ଗୁଞ୍ଜୁଛି ଗୌରବ କୃଷ୍ଣରାମ ଦେଶେ ମନଅତି ଆନନ୍ଦଟି।


ବିଶ୍ବ ବିଖ୍ୟାତ ଆରାଧ୍ୟ ରାମଙ୍କ ମହାନ ମନ୍ଦିର ବନୁଛି


ସମଭାବେ ହୁଏ ଗରିବ କଲ୍ୟାଣ ହୃଦୟେ ଖୁସି ଆଣୁଛି


ନାରୀ ଶକ୍ତି ଦିଏ


ପରା ଅପୂର୍ବ ଗୌରବ


ନୂଆ ଏ ଭାରତ ଆବିଷ୍କାର ନୂଆ ଇତିହାସଟି ଲେଖୁଛି।




Rate this content
Log in

Similar oriya poem from Abstract