STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନାମ ମହାମନ୍ତ୍ର ଗୁଞ୍ଜେ ଗାଆଁରେ

ନାମ ମହାମନ୍ତ୍ର ଗୁଞ୍ଜେ ଗାଆଁରେ

1 min
152


   ରାଗ(ମଙ୍ଗଳ କାମୋଦୀ)


ରାଧାକୃଷ୍ଣ ମନ୍ଦିର ଅଟେଗାଆଁରେ,ଶୁଭେନିତ୍ୟ ଭକ୍ତିକୀର୍ତ୍ତନ


ନାମ ରାଧାକୃଷ୍ଣ ମହାମନ୍ତ୍ର ନାମ ଭକ୍ତରପ୍ରେମ ଗୁଞ୍ଜନ


ଅମୂଲ୍ୟ ସଂସ୍କୃତି


ସାଇତି ରଖିଛି ନାଆଁ


ପ୍ରଭୁଙ୍କର ପ୍ରୀତି ତହିଁ ଶୁଭୁ ଥାଏ କେତେ ଭାଗ୍ୟବାନ ଗାଆଁ।


ନାମରପ୍ରଚାର କରିଥିଲେରେ ଯହୁଁ ନିତାୟ ଗୌର ମହିରେ


ନାମକୁ ଗାଇଲେ ବୈକୁଣ୍ଠର ପ୍ରାପ୍ତି କହି ଥିଲେ ମନୁଷରେ


ନାମକୁ ଗାଆନ୍ତି


ମନୁଷ୍ୟ ଯହିଁ ଆଦରେ


ଗାଆଁର ମନ୍ଦିରେ ଶୁଭୁ ଥାଏ ଏହା ସନ୍ଧ୍ୟା ସଞ୍ଜବତୀ ପରେ।


ନାମ ସମାରୋହ ଯହୁଁ ପ୍ରତିବର୍ଷ ଆୟୋଜନ କରନ୍ତି ଯୁବା


କ୍ରୀତ୍ତନମଣ୍ଡଳୀ ଆସନ୍ତି ଦୂରରୁ ଗାଆନ୍ତି ଭକ୍ତିରେ ଅବା


ପରମ୍ପରା ଏହୁ


ଚାଲିଆସୁ ଅଛି ତହୁଁ


ରଖିଛି ସାଇତି ପୁରୁଣା ସଂସ୍କୃତି ମୁକ୍ତିଲାଭ ପଥ ଯହୁଁ।


ନାମ ରାଧାକୃଷ୍ଣ ଗୁଞ୍ଜନ ଗାଆଁରେ ଶୁଭଫଳ ଦିଏ ଆଣି


ଭକ୍ତିର ଜ୍ଞାନକୁ ଦିଏ ନାମ ମନ୍ତ୍ର ରଖି ଥିବା ଜ୍ଞାନେ ଜାଣି


ହରେ କୃଷ୍ଣ ରାମ


ଅଟେ ମହାମନ୍ତ୍ର ଯହୁଁ


ଗୁଞ୍ଜୁଥାଏ ନାଆଁ ଭକ୍ତି ନିସ୍ବାର୍ଥରେ ସତ୍ୟ ପବିତ୍ରତା ତହୁଁ।


ନିତିଦିନି ରାଧାକୃଷ୍ଣ ଭଜନ, କର୍ତ୍ତବ୍ୟ ଆଣରେ ଜାଣ


ମହାମନ୍ତ୍ର ନାମ ହରେ କୃଷ୍ଣ ରାମ କରିବା ନିତି ଶ୍ରବଣ

ମୁକତିର ପଥ

କୃପାସିନ୍ଧୁ ଦୀନକୃଷ୍ଣ

ଭକ୍ତଙ୍କ ବନ୍ଧୁ ଅଟନ୍ତି ପରା, ପ୍ରେମର ଶ୍ରଦ୍ଧାର ରାଧାକୃଷ୍ଣ।

ହରେ ପରା ଓଁ ନମଃଶିବାୟ,ରାମ ପରାଆରାଧ୍ୟଆମ

କୃଷ୍ଣ ପ୍ରଭୁ ଯହୁଁ ଅନାଦି ଅନନ୍ତ ଦାରୁବ୍ରହ୍ମ ପରା ନାମ

ରାଧାକୃଷ୍ଣ ଏହୁ

ଲକ୍ଷ୍ମୀ ନାରାୟଣ ସେହୁ

ପ୍ରୀତି ଅନୁକ୍ଷଣେ ଗୁଞ୍ଜୁ ଥାଉ ହୃଦେ ଅଟେଟି ନାମମନ୍ତ୍ର ଏହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract