STORYMIRROR

Kabita Mohanty

Others

3  

Kabita Mohanty

Others

ଏସନ ଶୀତ

ଏସନ ଶୀତ

1 min
434


ଶୀତ ଆସିଛି ଏସନ

ନାଁ ବି ଧରୁନି ଫେରିବାର

କେତେ ଦିନ ଏମିତି ଅଲୋଡ଼ା କୁଣିଆ ହୋଇ

ଦୁଆର ଜଗି ପଡି ରହିବ ଯେ !! ।

ଶୀତ ଆସିଛି ଏ ସନ

ସାଙ୍ଗରେ ଆଣିଛି

ଜାତି ଜାତିକା ଫୁଲର ସମ୍ଭାର

କାହା ପାଇଁ ସୁଖ

ଆଉ କାହା ପାଇଁ ଦୁଖଃର ବେଭାର ।

ଶୀତ ଆସିଛି ଏ ସନ

ବଜ଼ାରରେ ଭିଡ଼ ଚାଲିଛି

ଶୀତ ପୋଷାକର ' କ୍ଲିଅରାନ୍ସ ସେଲ '

କିଏ କିଣୁଛି ଏ ସନ ପାଇଁ

ତ କିଏ ଭାବୁଛି ଆଗ ସନ କଥା ।

ଶୀତ ଆସିଛି ଏ ସନ

ବଡ଼ ବଡ଼ିଆଙ୍କର

ଚାଲିଛି ପ୍ରଦର୍ଶନୀ

ଆଲମୀରାରୁ ବାହାରି ଥିବା ଶୀତ ପୋଷାକର

ଘରୁ ବାହାରିଲେ ପଡିଛି ଭାଲେଣି

କାହାକୁ ପିନ୍ଧିବେ କାହା ସାଙ୍ଗରେ ଯୋଖି ।

ଶୀତ ବି ଆସିଛି ଏ ସନ

ବର୍ଷ ବର୍ଷ ଧରି ମନ୍ଦିର ଆଗେ

ବସୁଥିବା ବୁଢ଼ାଟି ପାଇଁ

ଗଲା ସନ ମିଳିଥିବା ଚାଦର ଖଣ୍ଡିକ

ଫାଟି ଫାଟି ଆସିଲାଣି

ପୁରୁଣା ଫଟା କମ୍ବଳଟା ବି

ଶୀତକୁ ଆଉ ପାଉନି ।

ଶୀତ ଆସିଛି ଏ ସନ

ଅଧା ଢାଙ୍କି ହୋଇଥିବା

ବୁଢ଼ାଟି ପାଇଁ

ଏ ସନ ତ ଯାହା ଯେମିତି ଗଡିଯିବ

ଏଇ ଫଟା ଚାଦର ରେ

ହେଲେ ଚିନ୍ତା ତାର ଆଗ ସନ ଶୀତ ପାଇଁ

ଦେହ ଥିବା ଯାଏ

ଲୋଭ ରହିଥିବ ଦେହକୁ ଢାଙ୍କିବାକୁ

ଶୀତର ଦାଉରୁ ।


Rate this content
Log in