STORYMIRROR

Kiranbala Rath

Fantasy

4  

Kiranbala Rath

Fantasy

- ଭଲପାଇ ବସିଛି ମୁଁ

- ଭଲପାଇ ବସିଛି ମୁଁ

1 min
333

ମୁହଁ ଦେଖି ନ ଥିଲି ତାଙ୍କର

କିନ୍ତୁ ଗଢ଼ି ତୋଳିଥିଲି ପ୍ରତିମା ତାଙ୍କର 

ନା ଆରାମ୍ ଅଛି ଦିନରେ

ନା ନିଦ ଅଛି ରାତିରେ

ଲାଗୁଛି ତାଙ୍କୁ ଭଲ ପାଇ ବସିଛି ମୁଁ ।


ତାଙ୍କ ସ୍ମୃତିରେ ବୋହି ଯାଉଥିଲା ମୋ'ଆଖିରେ ଲୁହ

ଏବେ ସେହି ଆଖି ର ଲୁହକୁ ଭଲ ପାଇ ବସିଛି ମୁଁ

କଲମ ଲେଖିବାକୁ ଚାହେଁ କାହାଣୀ ତାଙ୍କ ବିଷୟରେ ,

କିନ୍ତୁ ଲେଖି ହୋଇ ଯାଉଛି କବିତା ଆକାରରେ

ଲାଗୁଛି ତାଙ୍କୁ ଭଲ ପାଇ ବସିଛି ମୁଁ ।


ତାଙ୍କ ସ୍ମୃତିରେ ବିତିଯାଏ ରାତି

ତାଙ୍କ ସ୍ମୃତିରେ ବିତିଯାଏ ଦିନ

ସ୍ୱପ୍ନ ର ରାତିରେ ନିଜ ଶବ୍ଦ ଗଭୀର ହେବାକୁ ଲାଗୁଛି 

ଏହି ମୋର ହୃଦୟଟା ଏକାକୀ ପ୍ରେମ ରେ ବୁଡିବାକୁ ଲାଗୁଛି 

ଲାଗୁଛି ତାଙ୍କୁ ମୁଁ ଭଲପାଇ ବସିଛି ।


ଏପରିକି ସକାଳର ସୂର୍ଯ୍ୟ କିରଣ ମଧ୍ୟ ଅସମ୍ପୂର୍ଣ୍ଣ ମନେ ହେଉଛି

ଏବେ ଏହି ଅନ୍ଧକାର ରାସ୍ତା ଜଳଜଳ ଦେଖାଯାଉଛି

ଶୁଣିବାକୁ ହଁ ତାଙ୍କ ଆଗମନର ଏହି ଆଖି ରାସ୍ତା ଦେଖିବାକୁ ଆରମ୍ଭ କରିଛି

ବର୍ତ୍ତମାନ ମାସ ମଧ୍ୟ ବର୍ଷ ଭଳି ମନେ ହେଉଛି

ଲାଗୁଛି ତାଙ୍କୁ ମୁଁ ଭଲପାଇ ବସିଛି ।


ତଥାପି ଘର ର ଦ୍ୱାରରେ ମୁଁ ତାଙ୍କ ଅପେକ୍ଷା ରେ ବସିଛି

ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ସନ୍ଧ୍ୟା ରୁ ସକାଳ ପର୍ଯ୍ୟନ୍ତ

ଆସିବାର ଆଶା ନେଇ ଏକାକୀ ତାଙ୍କ ଅପେକ୍ଷା ରେ ବସିଛି ମୁଁ

ଲାଗୁଛି ତାଙ୍କୁ ମୁଁ ଭଲପାଇ ବସିଛି ।


Rate this content
Log in

Similar oriya poem from Fantasy