STORYMIRROR

Bharatabandhu Biswal

Fantasy Inspirational Others

4  

Bharatabandhu Biswal

Fantasy Inspirational Others

ରଙ୍ଗ ବସନ୍ତ

ରଙ୍ଗ ବସନ୍ତ

1 min
310


ଆସି ଚାଲିଯାଏ    ଗୋପନେ ବସନ୍ତ

      ମୃଦୁପାଦେ ଲୁଚିଛପି

ଜଳୁଥାଏ ଦେହ     ବରଷ ତମାମ

     ଅତି ଶୀତ ବର୍ଷା ତାତି ।

ଫିକା ପଡିଯାଏ     ରଙ୍ଗର ଚମକ

      ବହେନି ମୃଦୁ ମଳୟ

ମହକି ପାରେନି     ସୁଗନ୍ଧ ସୁରଭି

      ଘାରୁଛି ବିଷ ବଳୟ ।

କମୁଛି ଅମଳ     ସୁନାର ଫସଲ

      ଅଦିନିଆ ବର୍ଷା ଝଡି

ମାଡିଯାଏ ଘାସ   ବାଳୁଙ୍ଗା ପ୍ରବଳ

     ମୂଳ ପାରେନାହିଁ ବଢି ।

ବଢେ ଅହଙ୍କାର   ରୋଗ ମହାମାରୀ

      ଦୁର୍ବିସହ ଉତ୍ପୀଡ଼ନ

ହୁଏ କ୍ଷତିଗ୍ରସ୍ତ    ବୃତ୍ତି ଓ ଜୀବିକା

     ଜୀବନ ସଙ୍କଟାପନ୍ନ ।

ପ୍ରେମ ଚିରନ୍ତନ    ପ୍ରୟାସ ସୁନ୍ଦର

     ସାଧନା ଅମୃତ ଦିବ୍ୟ

ଯନ୍ତ୍ର ମାନବର    କୃତ୍ରିମ ହୃଦୟେ

      ବିମର୍ଷଇ ପ୍ରେମଭାବ ।

ବସନ୍ତ ଆଗମେ   ମହକ ମଳୟ

     ଫଗୁଣର ଫୁଲ ରଙ୍ଗେ

ଖେଳୁ ସ୍ମିତ ହାସ୍ୟ  ପ୍ରତିଟି ଅଧରେ

     ହୃଦୟରେ ଅନୁରାଗେ ।

ହେଉ ମଧୁମୟ    ଜୀବନ ସ୍ୱଚ୍ଛନ୍ଦ

      ଗାଅ ପିକ ମୁକ୍ତ କଣ୍ଠ

ଆସ ଋତୁରାଜ   ଫୁଲ ଫଗୁଣରେ

      ମଧୁମାସ ସୁସ୍ବାଗତ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy