ସନ୍ଧ୍ୟା ଗୋ
ସନ୍ଧ୍ୟା ଗୋ
ସନ୍ଧ୍ୟା ଗୋ ତୁମ ଉପବନେ ଆଜି ଅଥୟ ଏଇ ମନ
ତୁମେ ହିଁ ଉଦାସି ପ୍ରାଣର ମନ ମହକ ବାସ ଚନ୍ଦନ।
ତୁମ ବିନା ଅଧୁରା ଧରାପୃଷ୍ଠ ଜୀବ ଜନ୍ତୁ ପ୍ରାଣ ସତ୍ତା
ତୁମ ଆଗମନେ ନିର୍ଜୀବ ପ୍ରାଣେ ଭରେ ଉନ୍ମାଦକତା।
ତୁମେ ପରା ଦିବସର ବିବଶ ରଜନୀର ଅୟମାରମ୍ଭ
ତୁମ ବିନା ନିରର୍ଥକ ଦିବସ ସ୍ବପ୍ନର ରଜନୀ ଅସମ୍ଭବ।
ତୁମେ ତ କ୍ଳାନ୍ତ ଶରୀରର ଅଫୁରନ୍ତ ଆନନ୍ଦ ଉଲ୍ଲାସ
ତୁମ ବିନା ବିରହୀ ପ୍ରେମିକା ମନେ ଭରିଯାଏ ବିରସ।
ତୁମେ ତ କ୍ଳାନ୍ତଶ୍ରାନ୍ତ ପଥିକର ମନୋରମ ପାନ୍ଥନିବାସ
ତୁମକୁ ଝୁରି ମରୁଥାଏ ସେ ପାଇବା ପାଇଁ ତୁମ ପରଶ।
ତୁମ ଆହ୍ଲାଦରେ ବିପଥଗାମୀ ମନେ ଜାଗିଉଠେ ହରସ
ତୁମେ ତା ପ୍ରାଣ ତୁମକୁ ଦେଖି ଯେ ହସିଦିଏ ମୁରୁକି ହସ।

