Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Romance Classics

4  

DR PRASANTA KUMAR BISWAL

Romance Classics

ବସନ୍ତ ଅଭିସାରୀ

ବସନ୍ତ ଅଭିସାରୀ

1 min
249


ଧିରେ ଧିରେ ଯାଏ ଶୀତ ଅପସରି

 ବସନ୍ତ ଆସେ ଧରା ଅବତରି

 ପ୍ରକୃତି ରୁ ପ୍ରଣୟ ଯାଏଁ 

 ଆକାଶ ରୁ ନୀଳ ଦରିଆ ଯାଏଁ 

 ମଳୟ ଗଲାଣି ସବୁଠି ଭରି ।


ଶୀତଳ ପ୍ରକୋପ ଗଲାଣି ସରି

 ରୁଦ୍ରଙ୍କ ପ୍ରତାପ ହେଲାଣି ଭାରି

 ଶୀତବାସ ଠୁ କମ୍ବଳ ଯାଏଁ

 ତପ୍ତପାଣି ରୁ ଉଷ୍ମତା ଯାଏଁ 

 ମନରୁ ସବୁ ଦେଲେ ପାଶୋରି ।

  

ଆମ୍ରକୁଞରେ ଖେଳେ ମଞରୀ

ନବ କିଶଳୟେ ଗଲାଣି ପୁରି

ପାହାଡ ରୁ ପତର ଯାଏଁ 

କୁଞ ଠାରୁ କାନନ ଯାଏଁ  

ବସନ୍ତ ଗଲାଣି ଜଗତ ଆବୋରି ।


ଶୀତୁଆ ପବନ ଗଲା ଓହରି 

ବସନ୍ତ ପଞ୍ଚମୀ ପଡୁଛି ହୁରି

ବାଳକ ରୁ ବନିତା ଯାଏଁ 

ପ୍ରିୟା ଠାରୁ ପ୍ରେମିକା ଯାଏଁ 

ସବୁରି ମନ ନେଲାଣି ହରି ।


ଭ୍ରମନ୍ତି ଭ୍ରମର ଫୁଲେ ଗୁଞରୀ

ପିକର ସାଥେ କେତେ ମୟୂରୀ

ଫୁଲ ଠାରୁ ମହକ ଯାଏଁ 

ନାରୀ ଠାରୁ ନାୟିକା ଯାଏଁ 

ଚଇତାଳି ହୃଦ କଲାଣି ଚୋରି। 


ଗୋଲାପି ବସନ୍ତ ମାରେ ଲହରି

ଫଗୁର ପ୍ରତୀକ୍ଷା କରେ ବିମ୍ବାଧରୀ

ବ୍ୟାଜ ଚାହାଣିରୁ ପରୀ କାହାଣୀ

କୁଟିରବାସୀ ରୁ ଉଆସ ରାଣୀ          

ଫଗୁଆ ଜହ୍ନ ନେଲାଣି କିଣି,

ଝରଣାର ନାଦ ଲାଗେ ମାଧୁରୀ

ବାସନ୍ତିକ ଭାଷା ମୁଖେ ସବୁରି

 ଲାଗୁଛି ବିରାଜେ ବସନ୍ତ ଅଭିସାରୀ ।।


Rate this content
Log in

Similar oriya poem from Romance