ନିଜକୁ ଟିକିଏ ସପନ ମାଗିଲି
ନିଜକୁ ଟିକିଏ ସପନ ମାଗିଲି
ନିଦକୁ ଟିକିଏ ସପନ ମାଗିଲି
ଆଖିପତା ଧୋକା ଦେଲା
ଚାନ୍ଦକୁ ଟିକିଏ ଜୋଛନା ମାଗିଲି
ମରୀଚିକା ପାଲଟିଲା।୦ା
ପାଣି ପାଶେ ଥାଇ ଶୋଷ ମରେନାହିଁ
ଆଖି ଲୁହ ହୁଏ ଶ୍ରାବଣର ନଈ
ଫଗୁଣକୁ କିଛି କୁସୁମ ମାଗିଲି
କଣ୍ଟାର ଯାତନା ଦେଲା
ମରମ ମୋ ଦହିହେଲା।
ନିଦକୁ ଟିକିଏ ସପନ ମାଗିଲି
ଆଖିପତା ଧୋକାଦେଲା।୧ା
ପୀରତି ଏଠାରେ ଛଳନା କପଟ
ସଲିଳ, ପବନ ବିଷ ଲଟପଟ
ଜୀବନକୁ ଟିକେ ଜିଇବା ମାଗିଲି
ମରଣ କୋଳେଇ ନେଲା
ବାସିଫୁଲ କରିଦେଲ।
ନିଦକୁ ଟିକିଏ ସପନ ମାଗିଲି
ଆଖିପତା ଧୋକା ଦେଲା।୨ା

