Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Romance

4  

Gangotri Priyadarshini

Romance

ଗୋଲାପ ଆମନ୍ତ୍ରଣ

ଗୋଲାପ ଆମନ୍ତ୍ରଣ

1 min
208



ମଳୟର ଏ ଚାପା ଗୁଞ୍ଜରଣ

ଆଜି କାହିଁ ଅବିରତେ ଆନମନା କରି

କହିଯାଏ କାନେ ମୋର

ଆସୁଛି ବସନ୍ତ ସାଥେ ଫଗୁଣର ରଂଗ ନେଇ !!


ସଜେଇ ରଖିଥା ଯତନେ 

ଗଭାରେ ଗୋଲାପ ମଥାରେ ଚନ୍ଦନ ଟିପା

ପ୍ରୀତି ପୁଲକରେ ତନୁମନ ହେବ ପୁଲକିତ

ନିଦ ହଜା ସେ ପାଗଳ ଭ୍ରମର

ପାଖକୁ ଆସି ସେ ମୋତେ ଦେବ ଯେବେ ଛୁଇଁ !!


ଫୁଲେଇ ଗୋଲାପ ଯେ

ରଙ୍ଗ ମାଖି ହେଇ ଭାରି ସେ ଫୁଲେଇ

ମତୁଆଲା ମହକରେ

ମାେ ପ୍ରିୟର ପହିଲି ପରଶ ପାଇ 

କବରୀରେ ମୋର ସାଜି ଯିବ ସେ ବିଭୋର ହୋଇ !!


ମନ ବନେ ଗୁଣଗୁଣୁ ରୁଣୁଝୁଣୁ 

ଶ୍ୱାସ ତନ୍ତ୍ରୀ ଆଜି ସମ୍ମୋହନେ ଯାଉଅଛି ଗାଇ

ପ୍ରତୀକ୍ଷାର ଅନ୍ତ ଯେ ଝରେଇବ

ମଧୁ ମୂର୍ଚ୍ଛନା ଜୁଆର ପ୍ରେମ ପାରାବାରେ

ସତେକି ସପନ ମୋର ଯିବ ସତ ହେଇ !!


ତୁମେ ହିଁ ତ ପ୍ରିୟ ମୋର

ତୁମ ପାଇଁ ଏ ଆଖି ଦେଖେ ସ୍ୱପ୍ନ ହଜାର

ମଧୁ ଲଗନରେ ବିଭାବରି କୁଞ୍ଜେ

ଆଜି ମୁଁ ଅଧିରା ହୋଇ ଗାଏ ପ୍ରେମର ରାଗିଣୀ

ହରି ନିଅ ଅନ୍ତର ଉଚ୍ଛ୍ୱାସ

ବିମୁଗ୍ଧ ହେଉ ଏ ପ୍ରାଣ ତୁମ ପ୍ରେମେ ଦିଅ ହେ ହଜେଇ 



Rate this content
Log in