ପ୍ରେମ ରାଗେ ବାଜେ ସାହାନାଇ
ପ୍ରେମ ରାଗେ ବାଜେ ସାହାନାଇ
ତୁଉ ତ ସଜନୀ ପ୍ରିତୀ ମନ୍ଦାକିନୀ ପବିତ୍ର ସଲିଳ ଧାରା
ମୁଉଁ ତୋର ନୀଳ ତରଙ୍ଗ ଅଙ୍ଗରେ ଅମାନିଆଁ ଢେଉ ମାଳା
ସଜ ପ୍ରଷ୍ଫୁଟିତ ପ୍ରିତୀ ର ଗୋଲାପ ପ୍ରଣୟ ସବୁଜ ବୃନ୍ତେ
ମୁଉଁ ଅମାନିଆ କାଳିଆ ଭଅଁର ଅବାଧେ ମୁଁ ମହୁଶୋଷେ ।।
ତୁଉ ଅନ୍ଧାରୁଆ ପିରତୀ ଗାଲିଚା ତାରା ଭରା ଆକାଶରେ
ମୁଉଁ ଜହ୍ନ ଜ୍ୟୋତ୍ସ୍ନା ତୁଉ କୁମୁଦିନୀ ପ୍ରେମ ସରସୀ ର ନିରେ
ମୋ ଶୀତଳ କର ରଜତ ଯୋଛନା ପରଶ ପାଇ ରେ ସହୀ
କଲ୍ଲୋଳିତ ସର ନୀଳ ନିରେ ଖେଳେ ପ୍ରିତୀ ପ୍ରଣୟିନୀ କଇଁ ।।
ପ୍ରେମ ସରସୀ ପ୍ରଣୟ ନିରେ ତୁ ବିକଚିତ ପ୍ରେମ ପଦ୍ମିନୀ
ପ୍ରଭାତେ ପରାଚୀ ଆକାଶେ ଉଦେ ଦୀପ୍ତିବନ୍ତ ତୋର ଦ୍ୟୁମଣି
ତୋମନ ଚନ୍ଦନ ବନାନୀରେ ମୁଁ ଚୋରା ଚଇତାଳି ମଳୟ
ମୁଁ ବାଉଳା ପବନ ତୋ ଅପଘନେ ହୋଇଯାଏ ସଖୀ ବିଲୟ ।।
ପ୍ରେମର ପ୍ରଥମ ପୁଲକେ ବାଜଇ ପ୍ରେମ ରାଗେ ସାହାନାଇ
ଆସ ସହୀ ଆମେ ହଜିଯିବା ପ୍ରେମ ସୁରେ ଗୀତ ଗାଇ ଗାଇ ।।

