ଲେଖା ଓ ମୁଁ
ଲେଖା ଓ ମୁଁ
ଲେଖନୀ ମୋ ଜୀବନର
ଅମୋଘ ଅସ୍ତ୍ର
ଅନ୍ତରରେ ବିଞ୍ଚିଥାଏ
ସଞ୍ଜୀବନି ମନ୍ତ୍ର
ଲେଖୁ ଲେଖୁ ଲେଖିଦିଏ
ବହୁତ କଥା
ଜାଣେ ନାହିଁ ଏ ସବୁ
ଯଥା କି ଅଯଥା
ଲେଖା ତ ଅଟେ
ଅନନ୍ତ ସମୁଦ୍ର
ସେଥିରେ ଡୁବିବାକୁ
ଇଚ୍ଛା ତ ପ୍ରବର
ମନରେ ଜମାଟ ବାନ୍ଧିଛି
ଅସୀମ ଭାବନା
ଲେଖନୀ କିପରି କରିବ
ଏହାର ଚାଳନା?
ବାଲ୍ୟକାଳୁ ଏହାର
ପ୍ରେମରେ ପଡ଼ଛି
ସେଥିଲାଗି କାଗଜରେ
ଲେଖା ତ ଲେଖୁଛି
ସାହିତ୍ୟର ମୂଳ ଦୁଆ
ଆଜିଭି ବୁଝିନି
ତଥାପି କାଗଜରେ
କେତେ କଥା ଲେଖୁଛି
ସାହିତ୍ୟ ଶବଦକୁ
ଭଲ ତ ପାଉଛି
କାଗଜ କଲମକୁ
ଜାବୁଡ଼ି ଧରିଛି
ଲେଖିକା କି ନୁହେଁ
ଜାଣିତ ପାରୁନି
ତଥାପି କଲମ ମୂନରେ
ଚାଳନା କରୁଛି
ଲେଖନୀ ମୋର
ସାହାରା ସାଜିଛି
କଲମ ମୂନକୁ
ଦମ୍ଭରେ ଧରୁଛି
ମନରୁ ନିଶୃତ ଶବ୍ଦ
ସ୍ବତଃ ଝରୁଛି
ଏହାକୁ ସାହିତ୍ୟ ଭାବି
ଲେଖିତ ଦଉଛି ।

