STORYMIRROR

Basanti Pattnaik

Romance Classics Inspirational

3  

Basanti Pattnaik

Romance Classics Inspirational

ଲେଖା ଓ ମୁଁ

ଲେଖା ଓ ମୁଁ

1 min
440

 


  ଲେଖନୀ ମୋ ଜୀବନର

              ଅମୋଘ ଅସ୍ତ୍ର

    ଅନ୍ତରରେ ବିଞ୍ଚିଥାଏ

              ସଞ୍ଜୀବନି ମନ୍ତ୍ର 

    ଲେଖୁ ଲେଖୁ ଲେଖିଦିଏ

               ବହୁତ କଥା

    ଜାଣେ ନାହିଁ ଏ ସବୁ

                ଯଥା କି ଅଯଥା

    ଲେଖା ତ ଅଟେ

              ଅନନ୍ତ ସମୁଦ୍ର

    ସେଥିରେ ଡୁବିବାକୁ

               ଇଚ୍ଛା ତ ପ୍ରବର

    ମନରେ ଜମାଟ ବାନ୍ଧିଛି

              ଅସୀମ ଭାବନା

   ଲେଖନୀ କିପରି କରିବ

              ଏହାର ଚାଳନା?

ବାଲ୍ୟକାଳୁ ଏହାର 

           ପ୍ରେମରେ ପଡ଼ଛି

 ସେଥିଲାଗି କାଗଜରେ

           ଲେଖା ତ ଲେଖୁଛି

 ସାହିତ୍ୟର ମୂଳ ଦୁଆ

           ଆଜିଭି ବୁଝିନି

  ତଥାପି କାଗଜରେ

            କେତେ କଥା ଲେଖୁଛି

  ସାହିତ୍ୟ ଶବଦକୁ

           ଭଲ ତ ପାଉଛି

  କାଗଜ କଲମକୁ

           ଜାବୁଡ଼ି ଧରିଛି

  ଲେଖିକା କି ନୁହେଁ

           ଜାଣିତ ପାରୁନି

 ତଥାପି କଲମ ମୂନରେ

            ଚାଳନା କରୁଛି

  ଲେଖନୀ ମୋର 

           ସାହାରା ସାଜିଛି

  କଲମ ମୂନକୁ

          ଦମ୍ଭରେ ଧରୁଛି

  ମନରୁ ନିଶୃତ ଶବ୍ଦ

          ସ୍ବତଃ ଝରୁଛି

 ଏହାକୁ ସାହିତ୍ୟ ଭାବି

         ଲେଖିତ ଦ‌ଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance