ଫଗୁଣ
ଫଗୁଣ
ଫ - ଫଗୁଣ ଆସିଛି ବୋଲି ପ୍ରିୟା,
ଏତେ ଲାଜେଇ ରହୁଛ କିଆଁ l
ଷୋଳଟି ଫଗୁଣେ ହୋଇ ଠିଆ,
ପ୍ରେମ ରଙ୍ଗରେ କରୁଛ କିମିଆଁ l
ଗୁ -- ଗୁଣୁଗୁଣୁ ହୋଇ ଗାଏ ଗୀତ,
ତୁମେ କୋକିଳ ମୁଁ ଯେ ବସନ୍ତ l
ହୋଲି ରଙ୍ଗରେ ହୋଇ ରଂଜିତ,
ଖେଳିବା ଆସ ପ୍ରାଣର ମିତ l
ଣ - ରାଣ ରହିଲା ପ୍ରିୟା ତୁମକୁ,
ଭୁଲି ଯିବନି ତୁମ ପ୍ରେମକୁ l
କଥା ଦେଇ ରଖିବ କଥାକୁ,
ପ୍ରେମ ରହିବ ଚିରଦିନକୁ l

