ତୋ ପାଇଁ
ତୋ ପାଇଁ
ପୃଥିବୀଟା ଭାରି ଅଳିଆ
ଚାଲେ ଏଠି ଆଉ ଉଡିବାନି।
ତୁ ଜାଣିଛୁ !
ମୋ ମନର କାନଭାସେ
ତୋ ରଙ୍ଗ ଚିକିମିକି
ତୋ ଟିକେ ଛୁଇଁବାକୁ
ହୃଦୟ ମୋ ଦିକ ଦିକ।
ବଉଳା ଏ ମନ ମୋର
ଖୋଜେ ଖାଲି ସାଥି ତୋର
ନିଃଶ୍ବାସଟି ଥିବା ଯାଏ
ତୁ ରୁହନ୍ତୁ ମୋ ସଙ୍ଗର।
ଜାଣିଛି ଏ ସ୍ବପ୍ନ ମୋର
କେବେ ପୁରା ହୋଇବନି
ତୋ ସାଥି ତୋ ହୃଦୟ
ଏ ଜୀବନେ ମିଳିବନି।
ତଥାପି ମୁଁ ଭଲ ପାଏ
ଭଲ ତୋତେ ପାଉଥିବି
ତୋ ପାଇଁ ଟିପେ ସୁଖ ମାଗି
ଦୀପଟିଏ ଜାଳୁଥିବି।

