ଶବ୍ଦପେନ୍ଥା
ଶବ୍ଦପେନ୍ଥା
ଶବ୍ଦ ମାନେ ଯେବେ
ପଦ ମାନେ ତେବେ
ବାକ୍ୟ ମାନେ କେବେ
ଛନ୍ଦ ମାନେ ସେବେ
ସ୍ପର୍ଶ ପାଆନ୍ତି
ପ୍ରେୟସୀର କଅଁଳ ଦେହ ପରି
ପ୍ରେମିକାର ଚିବୁକ ଚାଉଁରୀ
କିଛି ଫୁସ୍ ଫାସ୍ ଶବ୍ଦମାନେ
ହୋଇଯାନ୍ତି ସୁରଭିତ ।
ସତ୍ ସତିକା ମୋତେ ଲାଗେ
ପ୍ରୀୟତମାର ଖର ନିଃଶ୍ୱାସ
ପ୍ରୀତିଭିଜା ଅମେଣ୍ଟ ଅଶେଷ
ପ୍ରୀତିଲଗ୍ନା ଅଗାଧ ଆଶ୍ଳେଷ ।
ଆଉ କେବେ କେବେ
କିଛି ଶବ୍ଦ ସବୁ ଏବେ
ଆଖି କୋଣରେ ଝଲସେ
ଖିଲି ଖିଲି ନିମଗ୍ନ ବିଶ୍ଵାସେ
ଆମାନିଆ ଝରଣା ଭଲ୍ଲାସେ ।
କେବେ ଦିଶିଯାଏ
ଓଠ ଫାଙ୍କରୁ ବହୁରା
ସ୍ୱପ୍ନାଦେଶେ ଆତୁରା
ନିମନ୍ତ୍ରଣ ଆବେଗଭରା ।
ଆଉ କେବେ ଶବ୍ଦ ପେନ୍ଥା ପେନ୍ଥା
ସୁଗନ୍ଧିତ ସୁବାସିତ ସୌରଭିତ ଗୁନ୍ଥା
ସଂପୂର୍ଣ୍ଣ ସମର୍ପଣ
ଭଲଗ୍ନ ଦେହବେହରଣ
ଶବ୍ଦ ହୋଇଯାଏ ଋତୁମତୀ
ସ୍ବପ୍ନପ୍ରସୁ ଅମୃତଗର୍ଭା ।