STORYMIRROR

Pt. Nityananda Khamari

Romance Inspirational

3  

Pt. Nityananda Khamari

Romance Inspirational

କୁଆଁରୀ କନ୍ୟା

କୁଆଁରୀ କନ୍ୟା

1 min
408

କେତେ ତପ ବଳେ

କେତେ ପୂଣ୍ୟ ଫଳେ

ଦୁହିତା ଜନ୍ମ ନେଇଛି 

ଦୁଇ କୂଳ ହିତ

କାମନା ମୋହର

ପ୍ରଭୁ ଏତିକି ମାଗୁଛି ll


କୁଆଁରୀ କନ୍ୟା ମୁଁ

ପଥର ପଥର

କେଉଁ ରୂପେ ଗଢ଼ା ହେବି 

ପୂଜା ଫୁଲ ହେବି

ସେବାରେ ଲାଗିବି

ଚରଣ ତବ ପୂଜିବି ll


ମଳୟ ନୁହେଁ ମୁଁ

ତଥାପି ବାସୁଛି

କାହାକୁ ବାସନା ଦେବି 

କାହା ହୃଦୟର

ଫୁଲ ମାଳ ସାଜି

ଗଳେ ସୁନ୍ଦର ଦିଶିବି ll


କରୁଛି ମିନତୀ

ଆହେ ରମା ପତି

ତୁମ୍ଭ ଆଜ୍ଞା ହେଉ ମୋତେ 

କୁଆଁରୀ କନ୍ୟା ମୁଁ

ଉଚ୍ଚାଟ ମୋ ମନ

ସଜ ରଖ ଏ ଜଗତେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance