STORYMIRROR

Pt. Nityananda Khamari

Tragedy Inspirational

4  

Pt. Nityananda Khamari

Tragedy Inspirational

ହେ ଆନନ୍ଦ ମୟ (ଭାଗ-୧୧)

ହେ ଆନନ୍ଦ ମୟ (ଭାଗ-୧୧)

1 min
645



ଧରିତ୍ରୀ ବୁକୁରେ   ସାଇତି ରଖିଛ

     ପାହାଡ଼ ପର୍ବତ କେତେ

ହିମାଳୟ ଠାରୁ   କନ୍ୟା କୁମାରୀ

    ଆଖି ପାଉଛି ଯେତେ l


ମହେନ୍ଦ୍ର ମଳୟ   ସହ୍ୟାଦ୍ରୀ ପର୍ବତ

    କପିଳାସ ଦିବ୍ୟସ୍ଥାନ

ରଇବତକ ଓ    ବିନ୍ଧ୍ୟମାଳ ପୂର୍ଣ୍ଣ

    ଆବର ଗାନ୍ଧମାର୍ଦ୍ଦନ l


ମୁକୁଟ ରୂପରେ   ଶୋଭା ପାଉଛି

    ଦେବାତାତ୍ମା ହିମାଳୟ

ନନ୍ଦାଦେବୀ ସାଥେ  ଶୃଙ୍ଗ ଏଭରେଷ୍ଟ

    ଶତ୍ରୁକୁ ନୁହଁଇ ଭୟ l


ଗିରିରାଜ ସୁତା    ପାର୍ବତୀ ମାତା

     ଖେଳନ୍ତି ତୁମରି କୋଳେ

ବୃଷଭ ବାହାନ   ଦେବ ତ୍ରି ଲୋଚନ

    ତୁମ୍ଭ ସୁତା ସାଥେ ଖେଳେ l


ଶୈଳ ଶିଳା ବକ୍ଷ   ଶବୁଜ ସୁନ୍ଦର

     ବହଇ ଝରଣା ଜଳ

ନୀଳ ଉର୍ମିମାଳା   ନୃତ୍ୟରେ ଚପଳା

     ଝରେ ନିର କଳ କଳ l


ରୂପେଲି ରଙ୍ଗର  ପାଟ ଶାଢ଼ି ପିନ୍

ଧି

     ପାଦର ନୁପୁର ବାଜେ

ଶିବ ଜଟା ପରି  ପର୍ବତ ଦିଶଇ

   ଝରି ଆସେ ସଜ ବାଜେ l


କେତେ ମୁନିଋଷି  ସାଧକ ଓ ତପି

    କରନ୍ତି ସାଧନା ବସି

ବିଶ୍ବର ମଙ୍ଗଳ   କାମନା ତାଙ୍କର

    ଇନ୍ଦ୍ରିୟର ଲକ୍ଷ ନାଶି l


ଯୁଗ ଯୁଗ ଧରି   ପର୍ବତ ଶିଖର

    ଦେବାଦେବୀଙ୍କର ସ୍ଥାନ

ଆକୁଳ ହୃଦୟେ  ନର ନାରୀ ସର୍ବେ

    କରିବେ ତୀର୍ଥ ଦର୍ଶନ l


କୋଟି ଜନ୍ମ ଫଳେ କୋଟି ପୁଣ୍ୟ ବଳେ

    ଜନମିଛୁ ମାଟି କୋଳେ

ଲୋଟିଅଛି ସିନ୍ଧୁ  ଚରଣେ ତାହାର

   ଆହା କି ଉଲ୍ଲାସ ଭୋଳେ l


ମାତୃ ପିତୃ ଭୂମି  ପୁଣ୍ୟ ଦେବ ଭୂମି

    ଯଜ୍ଞମୟ ଏହି ପୀଠ

ଶୋଭା ପାଉଅଛି  ବକ୍ଷ୍ୟରେ ତୋହର

    କେତେଯେ ମନ୍ଦିର ମଠ l


ଅଖିଳ ଈଶ୍ବର  ବ୍ରହ୍ମlଣ୍ଡ ଠାକୁର

    ସବୁତ ତାଙ୍କର ଦାନ

ନର ରୂପେ ଜନ୍ମି  କରି ଆରାଧନା

     କର ମାତୃ ସାନମାନ l


Rate this content
Log in

Similar oriya poem from Tragedy