STORYMIRROR

Pt. Nityananda Khamari

Tragedy Inspirational

3  

Pt. Nityananda Khamari

Tragedy Inspirational

ହେ ଆନନ୍ଦମୟ!(ଭାଗ-୧୩)

ହେ ଆନନ୍ଦମୟ!(ଭାଗ-୧୩)

1 min
348


ଗଙ୍ଗା ମାତା ରୂପେ ପରିଚୟଟି ତୁମର

   ଦୁଇହଜାର ପାଞ୍ଚଶ

ପଚିଶି ଦୂରତା  କିଲୋମିଟରରେ

  ଲମ୍ବିଛି କେତେକ କୋଶ ll୧୧୭ll


ଏକ ତିରିଶ ଯେ  କିଲୋମିଟରରେ

   ଅଧିକ ଗଭୀର ତାର

ହିମାଳୟ ଠାରୁ ଆରମ୍ଭ ହୋଇଛି

  ପ୍ରବେଶ ହରିଙ୍କ ଦ୍ୱାର ll୧୧୮ll


ପୂଜା ଓ ପାର୍ବଣ ଭଜନ କୀର୍ତ୍ତନ

   ଚାଲିଥାଏ କୁମ୍ଭ ମେଳା

ସରକାର ଚିନ୍ତା  ଗଙ୍ଗାଙ୍କ ସ୍ୱଚ୍ଛତା

 ହେବ ନାହିଁ ଅବହେଳା ll୧୧୯ll


ଆଠ ଲକ୍ଷ ଅଠ ତିରିଶ ହଜାର

  ୨ଶହ ବର୍ଗ.କି. ମି.ର 

ବଙ୍ଗାଳଖାଡ଼ିରେ ଶୋଭା ପାଉଅଛି

 ଡେଲଟା ବନ ସୁନ୍ଦର ll୧୨୦ll


ସନ୍ଧ୍ୟାର ଆଳତି  ତଟେ ପିଣ୍ଡଦାନ

   ପୂର୍ବ ପୁରୁଷଙ୍କ ମୋକ୍ଷ

ତ୍ରିବେଣୀ ସଙ୍ଗମ  ଅସ୍ତି ପ୍ରବାହରେ

 ଯୁଗେ ଯୁଗେ ଦିଏ ସାକ୍ଷ ll୧୨୧ll


ଭାଗିରଥି ଆଉ  ମନ୍ଦାକିନୀ ସାଥେ

  ଦେବ ନଦୀ କୁହାଯାଏ 

ନଦୀରୂପୀ ମାତା 

 ପାର୍ବତୀ ମାଆ ଗୋ

 ତ୍ରିଭୁବନ ଶୋଭା ପାଏ ll୧୨୨ll


ଇକ୍ଷ୍ୟାକୁ ବଂଶର  ଦିଲ୍ଲୀପଙ୍କ ପୁତ୍ର

   ଭଗିରଥ ଯାର ନାମ

ଷାଠିଏ ହଜାର  ପୁତ୍ରଙ୍କ ଉଦ୍ଧାର

 ହେବ ତାଙ୍କ ଶ୍ରେଷ୍ଠ କାମ ll୧୨୩l  


 ପୂଜି ଶଙ୍କରଙ୍କୁ  ପାଇ ଗଙ୍ଗାମାତା

  ହେଲେ ମର୍ତ୍ତ୍ୟରେ ପ୍ରବେଶ

ସାଗର ବଂଶର କୁମର ଗଣଙ୍କ

 ଅଭିଶାପ ହେଲା ଶେଷ ll୧୨୪ll


ବେଫ୍ରିୟୋଫେଜର ବିଷାଣୁ ସର୍ବଦା

  ଭାଇରସ କରେ ନାଶ

ସ୍ୱଚ୍ଛ ଓ ପବିତ୍ର ନିର୍ମଳ ମଧୁର

 ଜଳରେ ସମାପ୍ତ ଶୋଷ ll୧୨୫ll


ହରିଦ୍ୱାର ଠାରେ ଅଳକା ନନ୍ଦା ଓ

  ମା ଗଙ୍ଗୋତ୍ରୀ ଗ୍ଲେସିୟର

ମିଶ୍ରଣ ହୋଇଣ ପରିଚୟ ଦିଏ

 ନାମ ଦେବ ପ୍ରୟାଗର ll୧୨୬ll


ବିଷ୍ଣୁ ନନ୍ଦ କର୍ଣ୍ଣ ରୁଦ୍ର ଦେବ ନାମ

  ପଞ୍ଚ ପ୍ରୟାଗର ରୂପ      

ସକଳ ଜୀବଙ୍କ ମୋକ୍ଷ ପ୍ରଦାୟିନୀ   

ପୂଣ୍ୟମୟୀ ହରେ ପାପ ll୧୨୭ll



Rate this content
Log in

Similar oriya poem from Tragedy