ରାଷ୍ଟ୍ର ସେବା
ରାଷ୍ଟ୍ର ସେବା


ମୋକ୍ଷର ମନ୍ତର ରାଷ୍ଟ୍ରର ଅସ୍ତିତ୍ୱ
ପାବନର ଅନୁଷ୍ଠାନ
ଜ୍ୱାଳାମୁଖି ଯଜ୍ଞ ଅସ୍ମିତା ରକ୍ଷଣ
ଶ୍ରଦ୍ଧା ସୁମନ ଅର୍ପଣ l
ନିଜ ନିଷ୍ଠା ଚେଷ୍ଟା ପୂଜା ଆରାଧନା
ଅକ୍ଷର ବୋଧର ଜ୍ଞାନ
ଗୌରବ ଗାରିମା ବଳିଷ୍ଠ ସାଧନା
ମାତୃ ପାଦେ ଦେବା ମନ l
ଉତ୍ତମ ବିଚାର ଅସୀମ ସାହସ
ସାଦା ବିଚାର ଜୀବନ
ନିସ୍ୱାର୍ଥ ଭାବନା ଅଖଣ୍ଡ କାମନା
ସେବା ପରାୟଣ ଜ୍ଞାନ l
ପରିବାର ସାଥେ ପଡ଼ୋଶୀ ଏକତା
ସ୍ନେହରେ ବନ୍ଧୁ ବାନ୍ଧବ
ହିନ୍ଦୁ ସମାଜର ଧରମ ସଂସ୍କୃତି
ଆମ ଦେଶର ବୈଭବ l
ଶ୍ରୀରାମ ଶିବାଜୀ ବୀର ହନୁମାନ
ଆଉ ଏକ ନିଦର୍ଶନ
ମାତୃ ପିତୃ ଭକ୍ତ ଶ୍ରବଣ କୁମାରେ
ବିଶ୍ୱ କରୁଛି ବନ୍ଦନ l
ସଂଗ୍ରହ ସଂସ୍କାର ଗୀତା ବ୍ୟବହାର
ଦେଶ ପ୍ରେମ ଭକ୍ତି ଗାଥା
ଶ୍ରୀକୃଷ୍ଣ ଅର୍ଜୁନ ଗୀତା ଜ୍ଞାନ ରସେ
ନଇଁଯାଏ ଆମ ମଥା l
ଗୌରବର ଗାଥା ଦେଉଅଛି ଶିକ୍ଷା
ଦେଶ ପ୍ରେମ ଜ୍ୱାଳାମୁଖି<
/p>
ଭେଦଭାବ ଭୁଲି ହୋଇ ଏକାକାର
ହୁଅ ସର୍ବେ ଏକମୁଖୀ l
ସେ ଯଜ୍ଞ ଜ୍ୱାଳାରେ ଆହୁତି ବୀରଙ୍କ
ସ୍ୱାଭିମାନ ଦେଶଭକ୍ତି
ବନ୍ଦେ ମାତାରାମ ପ୍ରତିଜନ ହୃଦେ
ଦେଉଅଛି ମହାଶକ୍ତି l
ଆହେ କ୍ରାନ୍ତିକାରୀ ଜାଗ୍ରତ ପ୍ରହରୀ
ଧନ୍ୟ ତୁମ ସଂଗଠନ
ଆପଣା ପ୍ରାଣକୁ ତୁଚ୍ଛ ମନେକରି
ହୋଇଗଲ ବଳିଦାନ l
ବର୍ବର ଇଂରେଜ ପିଶାଚ ଭାବନା
ସମାଜରେ ଉତ୍ପୀଡ଼ନ
ସନ୍ନ୍ୟାସୀ ବିଦ୍ରୋହେ ଦେଶ ଭକ୍ତି ଜାତ
ଦେଇଛି ଦିବ୍ୟ ଦର୍ଶନ l
ଦେଶ ସେବା ମାର୍ଗ ଆଲୋକିତ କରେ
ଶ୍ରଦ୍ଧା ଭକ୍ତି ସମର୍ପଣ
ମର୍ଯ୍ୟାଦା ପୁରୁଷ ଶ୍ରୀରାମ ମହିମା
ଫୁଲେ ଗୁରୁ ନାରାୟାଣ l
ମାତା ଜନ୍ମଭୂମି ସର୍ବାଗ୍ରେ ବିଦିତ
ସ୍ଵର୍ଗାଦପି ଗରୀୟସୀ
ଦେଶ ଭକ୍ତି ମନ୍ତ୍ର ବନ୍ଦେ ମାତାରାମ
ପୁଜେ ଋଷି ମହିୟସୀ l
ସୁଜଳା ସୁଫଳା ସମିରଣ ମାଳା
ଶଷ୍ୟ ଶ୍ୟାମଳା ଭାରତ
ମଳୟଜ ମାତା ଜୀବଙ୍କର ତ୍ରାତା
ତୁମ୍ଭେ ସର୍ବ ବୀର ମାତା l