ଭାରତ ବନ୍ଦେ ମାତାରାମ
ଭାରତ ବନ୍ଦେ ମାତାରାମ
ଚାରିଧାମ୍ ବନ୍ଦେ ବନ୍ଦେ ମାତାରାମ୍
ସିଙ୍ଗା ଘୋସୁଛି ମାତାରାମ୍
ଡମ୍ବରୁ ତ୍ରିଶୂଳ ଗର୍ଜନ୍ କରଇ
ଝଙ୍କାର୍ ବନ୍ଦେ ମାତାରାମ୍ ll୧ll
ଗଙ୍ଗା ଓ ଯମୁନା ସକଳ ନଦୀରୁ
ଝରେ ସଙ୍ଗୀତ ସୁନ୍ଦରମ୍
ସକଳ ତୀର୍ଥରେ ପୂଜନ ହୁଅଇ
ଜଗନ୍ନାଥ ଶ୍ରୀ ଦାରୁବରମ୍ ll୨ll
ଭାରତ ମାଟିରୁ ଝଙ୍କୃତ ହେଉଛି
ଓଁ ଓଁ ଓଁ ଓଁଶ୍ରୀ ଝଙ୍କାରମ୍
ମୋ ଦେଶ ସୈନିକ ସମର ଭୂମିରେ
ଗାଉଛି ବନ୍ଦେ ମାତାରାମ୍ ll୩ll
ଶକ୍ତି ସାମର୍ଥ୍ୟର ସକଳ ଆଧାର
ଭାରତ୍ ବନ୍ଦେ ମାତାରାମ୍
ବେଦ ଘୋଷ ନାଦ ଆମର ଗୌରବ
ବିଜୟ ଝଣ୍ଡା ଲହରମ୍ ll୪ll
ରାଣା ଶିବାଜୀଙ୍କ ଖଡ୍ଗର ନିନାଦ
ସିଏତ ବନ୍ଦେ ମାତାରାମ୍
ମହାଭାରତର ଯୁଦ୍ଧମ୍ ଡାକରା
ଗୀତାବାଣୀ ସୁମଧୁରମ୍ ll୫ll
ଶିରା ପ୍ରଶିରାରେ ପ୍ରବାହିତ ହୁଏ
ରକତ ବନ୍ଦେ ମାତାରାମ୍
ଜନମେ ମରଣେ ଘୋଷି ମୁଁ ଚାଲିବି
ଶ୍ରୀରାମ ବନ୍ଦେ ମାତାରାମ୍ ll୬ll
ଇତିହାସ ରଚି ଭକ୍ତି ଶକ୍ତି ଜାଗେ
ଆହ୍ୱାନ ବନ୍ଦେ ମାତାରାମ୍
ଗୁଞ୍ଜରୀ ଉଠଇ ସ୍ବଦେଶୀର ବାଣୀ
ଭାରତ ବନ୍ଦେ ଶ୍ରୀଶ୍ରୀରାମ୍ ll୭ll
ବଳିଦାନୀ ଜ୍ୟୋତି ଅମର୍ ଅସ୍ମିତା
ବିଶ୍ୱ ଗର୍ଭରେ ଅମରମ୍
ବିଶ୍ୱ ଗୁରୁବର ଶ୍ରଦ୍ଧା ଆସ୍ଥା ବିଶ୍ୱାସ୍
ମାତୃ ଭୂମିକୁ ଶରଣମ୍ ll୮ll
କୋଟି ଜନ କଣ୍ଠ ଗାଏ ମା'ଭାରତୀ
ଆରତୀ ବନ୍ଦେ ମାତାରାମ୍
ତ୍ୟାଗପୂର୍ଣ୍ଣ ଭାବ ସମର୍ପିତ ଆଜି
ସୁଜଳମ୍ ଓ ସୁଫଳମ୍ ll୯ll
ସୁନେଲି ସୁରୁଜ ବୁଣି ଦେଉଅଛି
ଆଲୋକ ରଶ୍ମି ସୌରଭମ୍
ମୁନୀ ମନ୍ତ୍ର ସ୍ଵନ କୋକିଳ ମୂର୍ଚ୍ଛନା
ମାତା ଚରଣ ବନ୍ଦନମ୍ ll୧୦ll
ଶ୍ୟାମଳା କମଳା ବିମଳା ସାରଳା
ତବ ଚରଣେ ଶରଣମ୍
କୋଟି ବୀର ମାତା ସେବାରେ ତୁମର
ତନ ମନ ମୋ ସମର୍ପଣମ୍ ll୧୧ll