ଶୁଭ ଅଭିନନ୍ଦନ
ଶୁଭ ଅଭିନନ୍ଦନ


ନିତ୍ୟାନନ୍ଦ ଖମାରୀ
ହୀରାକୁଦ, ସମ୍ବଲପୁର
ପୁଣ୍ୟ ମୟୀ ମାଟି
ଅଭିଷେକ କରେ
ଶୁଭ ଲଗନରେ ଆଜି
ଏ ସାରା ବସୁଧା
ସକଳ ଜୀବଙ୍କ
ଦୁଃଖ କଷ୍ଟ ଯାଉ ଭାଜି l
ବନ୍ଧୁର ବନ୍ଧୁତ୍ୱ
ପବନ ସୁଅରେ
ପ୍ରଭାତରୁ ଭାସି ଆସେ
ସ୍ନେହ କାଙ୍ଗାଳ ଏ
ମଣିଷ ବୁକୁଟା
ଆନନ୍ଦରେ ଆଜି ହସେ l
କେଉଁ ଅଭିଶାପ
ପଡ଼ିଲା ଜଗତେ
ପରିବାର ଭାଙ୍ଗି ଦେଲା
ହସ୍ତର କଙ୍କଣ
ମଥାର ସିନ୍ଦୁର
ଜୀବନୁ ବିଦାୟ ନେଲା l
ଆଜିର ସୁରୁଜ
ନୂତନ ଲଗନେ
କରୁଅଛି ଆଶୀର୍ବାଦ
ଜୀବନ ଆନନ୍ଦ
ହୋଇବ ଜଗତେ
ହୁଅନି ପୁତ୍ର ଵିଶାଦ l
ସୁନେଲି କରରେ
ଯାତନା ତୁମର
ହୋଇଯିବ ଭଶ୍ମିଭୁତ &n
bsp;
କରାଳ ବ୍ୟାଧିରୁ
ମୁକତି ଆଜିଠୁ
କଥା ହେବ ମୋର ସତ l
ସତ୍ୟ ଯୁଗର
ଆରମ୍ଭ ହୋଇଲା
ମିଥ୍ୟା ନେବେନାହିଁ ସ୍ଥାନ
ସତ୍ୟ ଧର୍ମ ଲୋକ
ନିଶ୍ଚୟ ପାଇବେ
ପୂଜ୍ୟ ପୂଜା ସନମାନ l
ଶୀତଳ ସମୀର
ପୁଲକ ଦିଅଇ
ହସି ଉଠେ ତନୁମନ
ଇଂରାଜୀ ବର୍ଷରେ
କୁସୁମିତ ହେଉ
ଆପଣଙ୍କର ଜୀବନ l
କାମନା କରୁଛି
ଆହେ ଜଗନ୍ନାଥ
କରିବ ସ୍ବପ୍ନ ସାର୍ଥକ
ସମୀର ଭାଇଙ୍କ
ସ୍ନେହ ପୂର୍ଣ୍ଣ ଆତ୍ମା
ବୁଣନ୍ତୁ ସଦା ମହକ l
ସମାଜ କଲ୍ୟାଣ
ପରୋପକାରରେ
କରୁଥାନ୍ତୁ ସମର୍ପଣ
ଦୂରରୁ ଥାଇମୁଁ
କରୁଛି ପ୍ରଣାମ
ବିନୟେ କର ଗ୍ରହଣ l