ମୋବାଇଲ ନମସ୍କାର
ମୋବାଇଲ ନମସ୍କାର
ମନ ଦିଆନିଆ ହେଉଅଛି ଯଦି
ସ୍ମାର୍ଟ୍ ମୋବାଇଲଟିରେ,
ତେଣୁ ମୋବାଇଲ ଦ୍ଵାରା ଆପଣଙ୍କୁ
ନମସ୍କାର ମୁହିଁ କରେ।
ନମସ୍କାରମୋର ନେଲଯେତେବେଳେ
ଧନ୍ୟବାଦ ମୋତେ ଦିଅ,
ଯଦି ଧନ୍ଯବାଦ ଦେଇଦେଲ ବନ୍ଧୁ
ଶୁଭେଚ୍ଛା ମୋହର ନିଅ।
ନିମିଷକ ମଧ୍ୟେ ଭାବ ବଣ୍ଟା ବଣ୍ଟି
ମୋବାଇଲ କରାମତି,
ଆଉ ଲେଖିବାର ଆବଶ୍ୟକ ନାହିଁ
କଲମ ଧରିକି ଚିଠି।
ଭିଡିଓ କଲ୍ରେ କଥା ହୋଇପାରେ
ମୋ ସହ ବିଦେଶୀ ବନ୍ଧୁ,
ଧନ୍ୟ ମୋବାଇଲ ଭାବ ବାନ୍ଧି ପାରେ
ଡେଇଁ ପୁଣି ସାତ ସିନ୍ଧୁ।
ବାପ ମଲା ବାର୍ତ୍ତା ନିମିଷକେ ପୁଅ
ପାଉଅଛି ବିଦେଶରେ ,
ପୁଅ ଆସି ବାପା ଶବ କାନ୍ଧେ ନେଇ
ସତ୍କାର ବି କରିପାରେ।
ଦେଶ ବିଦେଶର ଦେଉଛି ଖବର
ଧନ୍ୟ ଏହି ମୋବାଇଲ,
ଦୁନିଆଁକୁ ହାତ ମୁଠାରେ ରଖିଛି
କିମିଆଁ କରିଲା ଭଳି।
ରେଡ଼ିଓ ବାଜୁଛି ଟିଭି ବି ଚାଲୁଛି
ସ୍ମାର୍ଟ୍ ଫୋନ୍ଗୁଡିକରେ,
ଫଟୋ ଉଠା ଆଉ ରେକର୍ଡ କରିବା
ସବୁ କାର୍ଯ୍ୟ ହୋଇପାରେ।
ଟଙ୍କା ଦେଣନେଣ ଫର୍ମ ଆବେଦନ
ଏହି ମୋବାଇଲ ପାଇଁ,
ସମୟ ପେଟ୍ରୋଲ ସବୁ ବଞ୍ଚୁଅଛି
ଯାହାର କଳନା ନାହିଁ।
ଏହି ମୋବାଇଲ ସମ୍ପର୍କ ବଢାଏ
ଦୂରତା କମେଇଥାଏ,
ତେଣୁ ଏ ଯୁଗର ଅତି ଆପଣାର
ମୋବାଇଲ ବନ୍ଧୁଟିଏ।
ଶିଶୁଟିଏ ଆଜି ଅଝଟ ହେଉନି
ଏହି ମୋବାଇଲ ଦେଖି,
ଏହି ମୋବାଇଲ ହଜାରେ ସପନ
ପ୍ରତି ହୃଦେ ଦିଏ ମାଖି।
ମୋବାଇଲ ଛାଡ଼ି ରହିବା ସମ୍ଭବ
ଆମ ପକ୍ଷେ ଆଉ ନୁହେଁ,
ଧନ୍ୟ ଜନ୍ମଦାତା ମାର୍ଟିନ କୁପର
ସତେ ବିଶ୍ଵକର୍ମା ସିଏ?
ଶ୍ରେଷ୍ଠ ଉଦ୍ଭାବନ ଆଜି ସ୍ମାର୍ଟ ଫୋନ
ଏହି ବିଂଶ ଶତାବ୍ଦୀର,
ତେଣୁ ମୋବାଇଲ ଆଉ ତା'ଜନକ
ଉଭୟଙ୍କୁ ନମସ୍କାର।
ଭଲ କାର୍ଯ୍ୟ ପାଇଁ ମୋବାଇଲ ସୃଷ୍ଟି
ମନ୍ଦରେ ଲଗାଅ ନାହିଁ,
ବେଳକୁ ବିପଦ ମୁଣ୍ଡ ଟେକିପାରେ
କେହି ରହିବେନି ଦାୟୀ।
ସ୍ମାର୍ଟ୍ ଫୋନ୍ ଯଦି ଅଛି ପାଖେ ତୁମ
କିଛି ଭଲ ବାର୍ତ୍ତା ଦିଅ,
ଅଯଥାରେ ଅର୍ଦ୍ଧନଗ୍ନ ଫଟୋ ଚିତ୍ର
ଛାଡ଼ିବା ଉଚିତ ନୁହଁ।
ଫେସବୁକ ଫ୍ରେଣ୍ଡ୍ ଚାଟିଂ ମେସେଜ
ପରକୀୟା ପ୍ରୀତି ବଢ଼େ,
ବଢ଼େ ରାହାଜାନୀ ଦୁଷ୍କର୍ମ ଦୁର୍ନୀତି
ଫୋନ ଅପବ୍ୟବହାରେ।
ପ୍ରତ୍ୟେକ ପଦାର୍ଥ ଠାରେ କିଛି ଭଲ
କିଛି ମନ୍ଦ ଗୁଣ ଥାଏ,
ଏହିମୋବାଇଲବେଳେବେଳେ କିନ୍ତୁ
ପ୍ରାଣଘାତୀ ସାଜିଥାଏ।
ଚାର୍ଜ ବସିଥିବା ସମୟରେ ଫୋନ୍
କଥାବାର୍ତ୍ତା ହେବା ଭୁଲ୍,
ମାରିଲେ ବିଜୁଳୀ ନେଟୱର୍କ ଖୋଲା
ରଖିବାନି ବିଲ୍କୁଲ୍।
ନିଜେ ବୁଝି ଶୁଝି ସ୍ମାର୍ଟ ଫୋନ୍ଟିର
ସତ୍ ଉପଯୋଗ କର,
ନଚେତ୍ ବିଜ୍ଞାନ ହଜେଇବ ଜ୍ଞାନ
ଉଚ୍ଛନ୍ନ ହେବ ସଂସାର।