STORYMIRROR

Kananbala Das

Romance

3  

Kananbala Das

Romance

ଅନ୍ତରଙ୍ଗ

ଅନ୍ତରଙ୍ଗ

1 min
383


ଶିହରିତ ଆଲୋଡନ

   ଭରି ଉନ୍ମାଦନା,

ଯୌବନର ଇଲାକାରେ

   ପିପାସିତ ତୃଷ୍ଣା।।


ତୃଷାୟିତ ମନଖୋଜେ

   ନିବିଡ ଆଶ୍ଲେଷ,

ଆଶ୍ଲେଷରେ ଭରିଦେଇ

   ଉଷ୍ମତାର ଶୋଷ।।


ଉଦ୍ଦାମତା  ଅନୁଭବେ

   ସାଗର ସଙ୍ଗମ,

ଆବାଧ୍ୟ ସେ ଜୁଆର ଯେ

   ମିଳନର ନାମ।।


ସ୍ପନ୍ଦନର ତାଳେ ତାଳେ

  ଶିହରଣ ଜାଳେ,

ଶିହରିତ ତନୁମନେ

   ବିଜୁଳି ଯେ ଖେଳେ।।


ଚିବୁକର ଲାଲିମାରେ

   ଉନ୍ମାଦିତ ସ୍ପର୍ଶ,

ଅଧରର କମ୍ପନରେ

  ସ୍ନେହର ପରଶ।।


ପରଶ ର ନିବିଡତା

  ଆଶ୍ଲେଷ ବନ୍ଧନେ,

ବନ୍ଧନର ମାଦକତା

  ପ୍ରୀତି ଭରେ ପ୍ରାଣେ।।


ଅଙ୍ଗେ ଅଙ୍ଗେ ପ୍ରୀତି ମଧୁ

  ଅଧିର ଯାମିନୀ,

ଝର ଝର ଝରୁ ଥାଏ

  ପ୍ରେମର ତଟିନୀ।।


ଦାବାନଳ ହୋଇ ଦହେ

   ମନର ମଇନା,

ଆତ୍ମ ପୀଡନରେ ଜାଗେ

  ମଧୁର ମୂର୍ଚ୍ଛନା।।


ସ୍ବୀକୃତିର ସ୍ୱାକ୍ଷରରେ

   ଆକର୍ଷିତ ପ୍ରାଣ,

ନିଃଶିଦ୍ଦ ସେ ଭାବନାରେ

   ଭରି ଆଲୋଡନ।।


ଆକର୍ଷଣ ଭରିଯାଏ

  ଶାଶ୍ଵତ ପ୍ରେମରେ,

ଅନ୍ତରଙ୍ଗ ଭାବ ଥାଏ

  ଅଭେଦ୍ୟ ପ୍ରୀତିରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance