STORYMIRROR

subrat kumar jena

Romance

3  

subrat kumar jena

Romance

ଶୀତ ଆବେଗର ୨ଟି ସ୍କେଚ

ଶୀତ ଆବେଗର ୨ଟି ସ୍କେଚ

1 min
359

//୧//

ସାରା ରାତି ଟୁପୁରୁ ଟାପର,

ବର୍ଷା...ନାଇଁ କାକରର ବୁନ୍ଦା,

ସକାଳ ପାହେ,

କିନ୍ତୁ ସହଜେ ସିନ୍ଦୁରା ଫାଟେନି ସେ ଶୀତୁଆ ଚାଦରରୁ,

ଆଖି ଯେ ଯାଏ ଚାହେଁ,

ଖାଲି ଧୂଆଁଳିଆ କୁହୁଡ଼ିର ଆବରଣ,

ଆଜି କାଲି ଭାରି ବିଳମ୍ବ ସ୍ଵର୍ଯ୍ୟଙ୍କର,

ଅବା ଧିମେଇ ସେବି ଶୋଇଛନ୍ତି ,

ଲହ ଲହକା ପାଚିଲା ଧାନକେଣ୍ଡାର କିଆରୀରିରେ,

ଚସାପୁଅର ବାଟକୁ ଚାହିଁ ଶୀତସୁପ୍ତିରେ ।


//୨//

ଓଃ.... କେତେ କଷ୍ଟ !

ନୂଆ ବୋହୂର ସକାଳ ଗାଧୁଆ,

ସାରା ଦେହଟା ନିସ୍ତେଜ କାଲୁଆ ପାଣିର ସ୍ପର୍ଶରେ,

ମନ ଚାହେଁ ଆଉଟିକେ ଗରମ ଶେଯର ଛୁଆଁ,

ନୂଆ ବାହା ସମ୍ପର୍କ ନୂଆ ନୂଆ,

ତେବେ ସେ ନୂଆଗାଁ ହେଉ ଅବା ନୂଆଦିଲ୍ଲୀ,

ହେଲେ ଓଡ଼ିଆଣି,

କି ଥଣ୍ଡା !ତଥାପି ଆଙ୍କେ ଗାଁର ଚିତ୍ର ସକାଳର,

ପଖାଳ କଂସାକୁ ଗରମ ଆଳୁଦଳା ଅବା ଭଜା,

ଅଗଣାର ଖରାରେ ଦେହ ପୁଆଁ,

ସକାଳୁ ନିଆଁ ଜାଳି ଦେହ ସେକା ସେକିରେ ଶୀତକୁ ସ୍ୱାଗତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance