ପରୀଟିଏ
ପରୀଟିଏ
ସରଗ ପୁରର ପରୀଟିଏ ତୁମେ
ସରଗୁ ଓହ୍ଲାଇ ଆସି ।
ମୋହରି ସହିତ ସମ୍ପର୍କ ଗଢିଛ
ଆନନ୍ଦ ଉଲ୍ଲାସେ ହସି ।।
ରୂପରେ ଗୁଣରେ ତୁମରି ସହିତ
କେହି ତ ନୁହଁନ୍ତି ସରି ।
ନୂତନ ପୋଷାକ ପରିଧାନେ ତୁମେ
ଦିଶୁଛ ସୁନ୍ଦର ଭାରି ।।
କଣ୍ଠ ସ୍ୱର ତୁମ ଅତୀବ ମଧୁର
ମଧୁର ତୁମରି ହସ ।
ପାଇଗଲେ ଥରେ ଭାରି ଭଲ ଲାଗେ
ତୁମରି ସେ ମଧୁ ସ୍ପର୍ଶ ।।
ମୋ ହୃଦ ମନ୍ଦିର ଅଧିଷ୍ଠାତ୍ରୀ ଦେବୀ
ପ୍ରେମର ପ୍ରତୀକ ହୋଇ ।
ପୂଜା ପାଉଥାଅ ସଦା ମୋ ହୃଦୟେ
ପ୍ରେମ ଟିକେ ମୋତେ ଦେଇ ।।
ତୁମରି ପ୍ରେମରେ ଅହରହ ମୋତେ
ଭିଜେଇ ଦେବାର ପାଇଁ ।
କୃତଜ୍ଞତା ଆଜି ଜ୍ଞାପନ କରୁଛି
ତୁମ ପ୍ରେମେ ଭିଜି ମୁହିଁ ।।