STORYMIRROR

Bharatabandhu Biswal

Romance

4  

Bharatabandhu Biswal

Romance

ପୁଲକ-୬ ( ଘାସ ଫୁଲ ଓ ଆକାଶ )

ପୁଲକ-୬ ( ଘାସ ଫୁଲ ଓ ଆକାଶ )

1 min
168

ଦୂର ଦିଗବଳୟ ତଳୁ 

ହାତ ଠାରି ଡାକିଲା ଆକାଶ-

ପ୍ରାଣମୟୀ ମାଟିକୁ ତାହାର;

ନିଅ ଗୋ ସଜନୀ 

ତୁମ ପାଇଁ ଦେହେ ମୋର ବିଦ୍ୟୁତ ଶିହରଣ,

ଅଜାଡିଲି ଏ ଧାରା ଶ୍ରାବଣ;

ଜୀବନ ପଥେ ବେପଥୁ 

ବସନ୍ତର ଶୁଭୁ ପଞ୍ଚଜନ୍ୟ,

ଫୁଟୁ ମୁଖେ ମଧୁହାସ ପ୍ରିୟତମା

ନୀଳ କଇଁ ଘାସଫୁଲ ମୋର ।

କଥା ଦିଅ ସଙ୍ଗୀ ହୋଇ ରହିଥିବା

ଇହପର ଆମେ ଚିରକାଳ । 

ଆସ ଗୋ ବଞ୍ଚିବା ଫୁଲ

ନେଇ ଆମ ମାଟି ବାଲିଘର,

ସୁନ୍ଦର ସବୁଜ ସ୍ୱପ୍ନେ ବିଭୋର 

ମୁଁ ଆକାଶ ତୁମେ ଧ୍ରୁବତାରା,

ସଂସାର ଘନ ଅନ୍ଧାର

ଘାସ ଫୁଲ ତୁମେ ଅପାଶୋରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance