ହେମାଙ୍ଗୀ
ହେମାଙ୍ଗୀ
ତୋ ଦେହର ଉଚ୍ଛୃଙ୍ଖଳ ବର୍ଣ୍ଣ
ଦିଏ ମୋତେ ଜାଳି
ଜଗାଏ ଶିହରଣ ଦେହେ
କାଳେ ସ୍ବପ୍ନେ ଯିବୁ ମିଳି
ହଳଦୀ ଶାଢ଼ୀରେ ତୋ
ଗୋଲାପୀ ଅଧର
ପ୍ରଣୟୀ ପାଖୁଡାସେ
ଉଡେ ଫରଫର
ବୈଶାଖ ତାତିରେ ଯେବେ
ପାଚିଯାଏ ଗାଲ
ମୋ ଓଠ ଏମିତି କମ୍ପେ
ମନ ହୁଏ କଲବଲ
ଦୁଧ ଅଳତା ରଙ୍ଗର
ତୋ ସୁଢଳ ଚିବୁକ
ଅସ୍ତିର ମନରେ ମୋର
ଭରିଦିଏ ଭୋକ
ବକ୍ଷୋଜ ଗମ୍ବୁଜ ଶୋଭା
କେତେ ମନୋଲୋଭା
ବିମ୍ବାକାରେ ନିତମ୍ବ ହରେ
ସାଧନାର କ୍ଷୁଧା
ସୋରିଷ ଅଳସି କ୍ଷେତ କି
ଭଙ୍ଗୀ ଆଳସ୍ୟର
ସପ୍ତରଙ୍ଗେ ଆବୃତ ଘନ
କବରୀ ଶୃଙ୍ଗାର
ଏମିତି ଜୀବନ୍ତ ଭାସ୍କର୍ଯ୍ୟ
ଦେଖି ପିଣ୍ଡ ଛଟପଟ
ଯୌବନ ଜଳେ ଅନଳେ
ପିଞ୍ଜରା ସେପଟ
କାମୁକ ଚାହାଣି ଧାରେ
ରସାଧାତୁ ହୁଅନ୍ତି ଖସଡ଼ା
ବଜ୍ରାଭ ଯୌବନେ
ରଚେ ବାସ ଦ୍ୟୁତିକ୍ରୀଡା

