ପ୍ରେମ ପୁଲକ (୦୬) - ପ୍ରଥମ ଛୁଆଁରେ
ପ୍ରେମ ପୁଲକ (୦୬) - ପ୍ରଥମ ଛୁଆଁରେ
କେଜାଣି କି ଯାଦୁ ଥିଲା ତମ ସେ ପ୍ରଥମ ଛୁଆଁରେ
ନିଶି ମୋର ପାହିଗଲା ଖୋଲା ନୟନରେ,
ତମେ କଣ ଯାଦୁକର ପ୍ରୀତି ଦୁନିଆର !
ନିମିଷକେ ଭରିଦେଇ ଚାଲିଗଲ
ମୋ ଆଖିରେ ମହୁଲିଆ ମାୟାର ସମ୍ଭାର ।
ହଁ ଅସହାୟ ଆଜି ମୁଁ
ତମ ପ୍ରେମର ପ୍ରଖର ସୂଅରେ,
ଆଖିର ଚମକ ମୋ ହଜି ଅଛି
ତମେ ଏଠୁ ଫଗୁଣ ସାଥେ ଯିବା ପରେ ପରେ ।
ପାହୁ ନଥିବା ନିଶି ପାଇଁ
ତମେ କଣ ହେବ ମୋ ଆଶା ଭରସା ?
ମଝି ସମୁଦ୍ରେ ବୋଇତ ମୋ
ଜଣା ନାହିଁ ମୋତେ ମୋ ଜୀବନ ଦିଶା ।
ଏବେ ତମେ ମୋ ପାଇଁ
ଅଲିଭା ମୁକତି ସଳିତା
ତମ ପ୍ରତୀକ୍ଷାରେ ଜଳିବ
ଦିନେ ମୋ ପ୍ରେମର ଚିତା ।।

