STORYMIRROR

Gangotri Priyadarshini

Romance

4  

Gangotri Priyadarshini

Romance

ପ୍ରୀତି ପୁଲକ

ପ୍ରୀତି ପୁଲକ

1 min
150


ପ୍ରେମ ଲେସି ହୁଏ 

ଫଗୁଣର ରଙ୍ଗ ପରି 

କାକର ସହ ଘାସ ଗାଲିଚାର 

ଓଦଳିଆ ସମ୍ପର୍କ ପରି

କୁଆଁରୀ ଦେହରେ 

ନଈ ତୁଠ ହଳଦୀ ପରି

ପ୍ରେମ କେବେ ପୁଣି ଧାଉଁଥାଏ

ବନ ହରିଣୀ ପରି

କେବେ ପୁଣି ଛାତି ତଳେ ବିଚଳିତ

ରେଳଗାଡ଼ିର ଶବ୍ଦ ପରି ଛୁକଛୁକ୍ ଛୁକଛୁକ !!


ସମ୍ଭାଳି ହୁଏନି

ଲଗାମ ଛଡ଼ା ଏ ମନ ଠିକ୍ ଘଡିକେ 

ଘୋଡ଼ା ଛୁଟିଲା ପରି

ପ୍ରେମ ପୁଣି କେବେ

ନହୁଲି ଚାଲିରେ ଅଣ୍ଟାରୁ ଖସି ପଡୁଥିବା 

ତନୁ ପାତେଳିର କଳସୀ ପରି

ଆନମନା ହୁଏ ତାଳୁରୁ ତଳିପା

ଶୀହରଣ ଖେଳେ ଗଗନେ ପବନେ !!


ପ୍ରେମ କେବେ ଅନ୍ଧର ଅଶ୍ରାବାଡି ସାଜେ

ପୁଣି କେବେ ଦାମ୍ପତ୍ୟର ଅହମିକା

ଖାଲ ଢ଼ିପ ରାସ୍ତାରେ ସାଥିଟିଏ ସାଜି

ରାସ୍ତା କଢ଼େଇ ନିଏ ଜୀବନର ଅନ୍ତିମ ପ୍ରହର ପର୍ଯ୍ୟନ୍ତ !!


ମନ ଝୁରେ ନିଃଶ୍ୱାସ ପରି ଆତ୍ମାକୁ ଛୁଏଁ ପ୍ରେମ

କେବେ ମହାନ ନାୟକ ସଜାଏ 

ପୁଣି କେବେ ସଜାଏ ନିଃସ୍ୱ, ଭିକ୍ଷୁ 

ହୃଦୟଟି ସନ୍ତର୍ପଣରେ 

ଆଉ କାହା ପାଖେ ବନ୍ଧା ପଡି ସାରିଲା ପରେ !!


ପ୍ରେମ ପୁଣି କେବେ ଅଜଣା ସହରୀ ବାବୁ ପରି

ଅଭୁଲା ସ୍ମୃତି କେତେ ଭେଟି ଦେଇ

ଅପ୍ରତ୍ୟାଶିତ ଭାବେ ଅଶ୍ରୁସିକ୍ତ ନୟନରେ 

ବିନା ଭାବ ବ୍ୟକ୍ତେ ବିଦାୟ ନେଇ ଚାଲିଯାଏ ପ୍ରେମ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance