STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ସୁଖ, ଶାନ୍ତି ର ଛଳନା

ସୁଖ, ଶାନ୍ତି ର ଛଳନା

1 min
166


ରାଧାରାଣୀ ପ୍ରେମ ପାଗଳ କହ୍ନେଇ ଗୋପପୁର ପୁର ଶଶି

ବ୍ରଜ ରେ ବସନ୍ତ ମଳୟ କହ୍ନେଇ ହାତରେ ମୋହନ ବଂଶୀ

ସେ ବଂଶୀ ବାଦନେ ସ୍ପୁରିଉଠେ କୁଞ୍ଜ କାନନ ତମାଳ ବନ

ଚନ୍ଦ୍ରଶେଣା ଘରେ ରାଧାରାଣୀ ମନ ହୁଅଇ ବଡ଼ ଉଚ୍ଛନ୍ନ ।।


ଅଭିମାନ ଭରେ ରାଧାରାଣୀ ଆଜି ରହିଛନ୍ତି କରି ମାନ

ଯିବେ ନାହିଁ ରାଶ କୁଞ୍ଜ କୁଟୀରରେ ଯେତେ ଶୁଭୁ ବଂଶୀ ତାନ

ବିକଳେ କହ୍ନେଇ ଛଳନା କରିଲେ ଅଭିନବ ଉପାୟରେ

ନାପିତୁଣୀ ବେଶେ ଅଳତା ପିନ୍ଧାଇ ଦିଅନ୍ତି ରାଧା ପୟରେ ।।


ଆଲକ୍ତକ ଗାରେ କୃଷ୍ଣ ନାମ ଖରେ ପାଦେ ଲେଖା ଦେଖି ରାଇ

କ୍ରୋଧେ ଜର ଜର କିକଲୁ କା ନାମ ଲେଖିଲୁ କହ ତୁ କାହିଁ

କହ୍ନେଇ ଛଳନା ପ୍ରେମ ପାଇଁ ସିନା “ତୋ ପାଇଁ ରେ ପ୍ରୀୟସହୀ

କହନ୍ତି କହ୍ନେଇ” ଶୁଣି ରାଧାରାଣୀ ମାନ ଭାଙ୍ଗିଗଲା କାହିଁ ।।


ହଟିଆ ନାଗର ସେ ପ୍ରେମ ପାଗଳ ସୁଖ ଶାନ୍ତି ର ଛଳନା

ନୈସର୍ଗିକ ପ୍ରେମ ଏ ପ୍ରେମ ଅଭିନ୍ନ କୃଷ୍ଣ ଆଉ ଗୋପାଙ୍ଗନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance