STORYMIRROR

Kabiratna Nutan Kumar Behera

Fantasy Inspirational Children

4  

Kabiratna Nutan Kumar Behera

Fantasy Inspirational Children

ବାପା କହୁଥିଲେ ବାବୁରେ

ବାପା କହୁଥିଲେ ବାବୁରେ

1 min
417


ବାପା କହେ ପୁଅକୁ ବାବୁରେ 

ଆଜିକାଲି ରହିବୁ ଯଦି ଭଲ 

ହେବାକୁ ପଡିବ ତୋତେ ସିଆଣିଆଁ, 

ନ ପଚାରିଲେ ବି କେହି 

ଉପରେ ପଡି ଦେଖେଇବୁ ତୋର

ଅଛି କେତେ ପାରିବା ପଣିଆଁ

 

ଏକା ଏକା ଲଢିବୁନି କାହା ସାଥେ 

ସଦାବେଳେ ରହିଥିବୁ ଦଶ ବାରଙ୍କ ପଛେ  

ଆଗକୁ ମାଡିଗଲେ ସେମାନେ ଯେତେ 

ପଳେଇ ଆସିବୁ କରି ତୁ ବାହାନା 

ଦେବୁନି କାହାକୁ ସହଜେ ତୁ ଧରାଛୁଆଁ, 

ନିଜର ଫାଇଦା ପାଇଁ ଚାଲିଥିବୁ 

ସହଜ ସୁବିଧାର ବାଟେ ଏକମୁହାଁ 

କଥାରେ ଭେଳିକି ଦେଖାଇ ହେବୁ ଛାନିଆଁ

 

ବାପା କହେ ପୁଅକୁ ବାବୁରେ 

କହୁଥିବୁ କଥା ସରୁ ସରୁ ଚିକ୍କଣିଆଁ 

ନ ଥାଉ ପଛେ ନିଆଁ ଉଡେଇବୁ ଧୂଆଁ, 

ନିଜ ଦୋଷ ମାନିବୁନି କାହା ଆଗେ 

କେହି କିଛି ପଚାରିଲେ ଧରିବୁନି ନାଁ ଗାଁ

 

ସୁଯୋଗ ଉଣ୍ଡି ହାତେଇ ଆଣିବୁ 

ହାତୀ ଘୋଡା ଯା ଯା ତୋର ଲୋଡା 

ଗିଳି ପକାଇବୁ କରି ବଡ ଆଁ, 

ମୁହଁ ପୋଛି ଦେଖାଇ ପେଟ ପିଠି 

ନିରିମଳ ଭାବ ମୂରତିରେ ଦେଖାଇବୁ 

ମିଛେ ଅଭିନୟ କରି ତୋ ମଣିଷ ପଣିଆଁ

 

ବାପା କହେ ପୁଅକୁ ବାବୁରେ 

ଧରିବୁ ଯଦି କାହାର ବଥା ଆଙ୍ଗୁଳି ଦେଖି 

ଛାଟି ପିଟି ହୋଇ ଛାଡିଲେ ସେ ରଡି 

ସାନ୍ତ୍ଵନାର ମଲମ ଲଗାଇ କରିବୁ କିମିଆଁ, 

ବସି ନାଟ ଦେଖୁଥିବୁ ଚଣା ମସଲା ଖାଉଥିବୁ

ତାଳି ମାରୁଥିବୁ କରୁଥିବ ସେ ଦଉଡ ଧାଁ

 

ଚଢେଇ ପରି ଉଡୁଥିବୁ ଦୂରେ ଦୂରେ 

ନଜର ରଖିଥିବୁ କେଉଁଠି କୁକୁଡା ଚିଆଁ ?

ଦେଖି ଦେଲେ ଖସି ଆସି ପଞ୍ଝାରେ ଟେକି 

ଶୂନ୍ଯେ ଶୂନ୍ଯେ ନେଇ ହେବୁ ଆକାଶ ଛୁଆଁ ।

 

ବାପା କହେ ପୁଅକୁ ବାବୁରେ 

ପର ମୁଣ୍ଡରେ ରଖି ହାତ 

ରାଣ ନିୟମ ପକାଉଥିବୁ କରି ହଁ ହାଁ 

କୁମ୍ଭୀର କାନ୍ଦଣା କାନ୍ଦି ବୁଲାଉଥିବୁ ଭୁଆଁ, 

ଏ ପଟ କଥା ସେ ପଟ କରି 

ଖୋଳୁଥିବୁ ଖଣିଆଁ ଲୁଟି ନେବାକୁ ମଣିଆଁ ।


ସଭିଙ୍କୁ କହୁଥିବୁ ଏ ମିଛ ଦୁନିଆଁ

ଧନ ଜୀବନ ଯଉବନ ଅଢେଇ ଦିନିଆଁ, 

ଛଳେ ବଳେ କୁଟ କପଟେ କରି ବାହାନା 

ହରି ନେବୁ ସବୁ କରି ଡାହାଁଣ ବାଆଁ

ବାପା କହେ ପୁଅକୁ ବାବୁରେ ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy