STORYMIRROR

Sunanda Mohanty

Abstract Action Fantasy

4  

Sunanda Mohanty

Abstract Action Fantasy

ନାରୀର ସ୍ବପ୍ନ ସାରଣୀ

ନାରୀର ସ୍ବପ୍ନ ସାରଣୀ

1 min
407


ହୁଏତ ଅବାସ୍ତବ ଚଳଚିତ୍ର

ନାୟକ ନାୟିକା ଚରିତ୍ର

କଥା ବସ୍ତୁ ଅସାମାପ୍ତ

କାନ୍ଥ ସାରା ବୁଢ଼ିଆଣୀ କୃତିତ୍ୱ

ଆଶଙ୍କା ଉଦ୍ଦୀପନା ସାରଣୀ ଚିତ୍ରିତ

ସ୍ବପ୍ନ ହସାଏ କନ୍ଦାଏ ପର୍ଯ୍ୟାପ୍ତ

କେବେ ମିଛ କେବେ ତ ନୁହେଁ ଶତ ପ୍ରତିଶତ

ହୁଏ ସତ ଯେବେ ମନ ପବିତ୍ର

ମନ ତୋହର ନିଜ ଗୁରୁପୁତ୍ର 

ଉଦ୍ଧବ କେତେ ତୁ ପଚାରୁ ଦ୍ରଵିଭୂତ

ସ୍ୱପ୍ନରେ ବିଚିତ୍ର ସଚିତ୍ର କାହାଣୀ ଜଡିତ

ହୁଏତ ଅତୀତର ଅସ୍ପଷ୍ଟ କଳ୍ପ ଚିତ୍ର

ଅବା ବର୍ତ୍ତମାନ ର ଛାୟାଚିତ୍ର

ଅବା ଭବିଷ୍ୟତ ର ସଂକଳ୍ପ ସଂଶୋଧିତ

ସ୍ବପ୍ନ କୁ ଛାଡ଼ି ଆଖି ତଳେ କଣ ଥାଏ ଭାବେ ବହୁତ

ରାତିର ନାୟିକା ସ୍ବପ୍ନ ଆଖି ତଳେ ଅଗଣିତ

ଦିନରେ ଦେଖିବା ସ୍ବପ୍ନ କରେ ଚିନ୍ତିତ ନିଶ୍ଚିନ୍ତ 

ରାତି ସ୍ବପ୍ନ ଆଦୃତ ଅତ୍ୟନ୍ତ

ସ୍ବପ୍ନ ରେ ଆସ ଥରେ ଚାଲିବା ଧୀରେ ଶିଉଳି ବହୁତ

ପାପଗ୍ରସ୍ତା ଅହଲ୍ୟା ଆଜିବି ଚାହିଁଛି ଶାପମୁକ୍ତ ସତରେ ନହେଲେ ନାହିଁ ମିଛରେ ସ୍ବପ୍ନ ଅନେଶତ

ସ୍ବପ୍ନ ଭାଙ୍ଗେ ନିଦ ଖୋଜେ କାହିଁ ଅଭିଶପ୍ତ

ସ୍ବପ୍ନ ନିରିମାଖି ଆଖିତଳେ ଗଢ଼ିଛି ସ୍ଥାପତ୍ୟ ଯାର ନାହିଁ ଭାଙ୍ଗିବାର ବିତି ଯୁଗପତ

ସ୍ବପ୍ନ ଦିଏ ଆନନ୍ଦ ବହୁତ କାନ୍ଦାଏ ଶତତ

ମନ ବିବେକ ଦ୍ଵନ୍ଦରେ ସ୍ବପ୍ନ ସମାଧିସ୍ଥ. ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract