STORYMIRROR

Pratima Satpathy

Fantasy

4  

Pratima Satpathy

Fantasy

ବୈଜ୍ଞାନିକ ମାଇକେଲ ଫାରାଡେ

ବୈଜ୍ଞାନିକ ମାଇକେଲ ଫାରାଡେ

1 min
215


ସତରସ ଏକାନବେ ମସିହାର

     ସେପ୍ଟେମ୍ବର ବାଇସିରେ

ଜନମିଥିଲ୍ ହେ ମହା ବୈଜ୍ଞାନିକ

    ଦୁର ଦେଶ ଇଂଲଣ୍ଡ ରେ ।

ପିତାଙ୍କର ନାମ ଜେମସ୍ ଫାରାଡ଼େ

    ଥିଲେ ଲୁହା କାରିଗର

ଦୁଃଖ, କଷ୍ଟ ଆଉ ଅଭାବ ଭିତରେ

    ଜୀବନ ଥିଲା ତୁମର ।

ଖବର କାଗଜ ବିକି ପୁଣି ବହି

    ଵନ୍ଧାଇ କାମ କରିଣ

ପିତାଙ୍କ କାମରେ ସାହାଯ୍ୟ କରିବା

     ଥିଲା ତୁମ ବଡ଼ କାମ ।

ବୈଜ୍ଞାନିକ ହାମ୍ପ୍ରୀଡେଭିଙ୍କର ଏକ

    ବିଜ୍ଞାନ ସୋ ଦେଖିଲ

ଉପଭୋଗ ତାକୁ ନ କରିଣ ସବୁ

   ଲେଖି ବହି ବନ୍ଧାଇଲ ।

ହାମ୍ପ୍ରୀ ଡେଭିଙ୍କୁ ସେ ବହି ନେଇ କରି

    ଦେଇଥିଲ ଉପହାର

ଭାବିଥିଲ କିଛି ସାହାଯ୍ୟ ସହାନୁଭୂତି

      ମିଳିବ ତାଙ୍କର ।

ହାଂଫ୍ରୀ ଡେଭିଙ୍କର ଆଖି ନଷ୍ଟ ପରେ

    ହେଲ ତାଙ୍କ ଆସିଷ୍ଟାଣ୍ଟ

ରସାୟନ ଅନୁସନ୍ଧାନ ଶାଳାରେ

    କଲ ନିଜ କାର୍ଯକ୍ରମ ।

ବିଦ୍ୟୁତ୍ ଚୁମ୍ବକ, ବିଦ୍ୟୁତ୍ ପ୍ରବାହ,

    ଥିଲ ରସାୟନ ବିତ

ପଦାର୍ଥ ବିଜ୍ଞାନୀ ମହାନ୍ ଆଦର୍ଶ,

    ନମ୍ର, ଓ, ସାଧୁ, ସଚ୍ଚୋଟ ।

ଇଛାଶକ୍ତି, ଆଉ କଲ୍ପନା ଶକ୍ତିରେ

   ବୈଜ୍ଞାନିକ ହୋଇ ଗଲ

ବିଜ୍ଞାନର ଦ୍ଵାର ଖୋଲି ଦେଇ ଲୋକ

    ମାନଙ୍କ ସୁବିଧା କଲ ।

ପାଠ ନ ପଢିଣ ବୈଜ୍ଞାନିକ ହୋଇ

    ରଖି ଯାଇଅଛ ନାମ

ଇଲେକ୍ଟ୍ରିସିଟିର ଫାଦର ହେ ତୁମେ

    ତୁମକୁ ଶହେ ସଲାମ.


Rate this content
Log in

Similar oriya poem from Fantasy