STORYMIRROR

Shreemanta Nanda

Fantasy Others

3  

Shreemanta Nanda

Fantasy Others

ବିଚିତ୍ର ସୃଷ୍ଟି - ୨

ବିଚିତ୍ର ସୃଷ୍ଟି - ୨

1 min
270

ଚାରିଆଡେ ନିଛାଟିଆ ଭିତରେ କୋଳାହଳ ବାହାରେ ଆତଙ୍କ,

ମନେହୁଏ ଯେପରି କିଏ ଫୁଙ୍କୁଛନ୍ତି ମରୁଭୂମିରେ ଶଙ୍ଖ।


ଦୂର ଜହ୍ନ ଆଲୁଅ ଝରକା ବାଟେ ଆସି କହେ ଭୟ କରନା ମୁଁ ଅଛି,

ମୁଁ କହେ ମାମୁଁ ମୁଁ ଜାଣିଛି, ତମ ଦେହରେ ମା କୁ ଦେଖି ତ ମୁଁ ବଞ୍ଚିଛି।


ଶୁଣିଛି ପତିତ ପାବନ ବାନା ତ ଉଡୁଛି , ଜଗତ ଉଦ୍ଧାରିବା ପାଇଁ,

ପୁଣି ସେ ବାନା କାଲିକି ଜଳିଛି , ଜଗତ ଉଦ୍ଧାରିବା ପାଇଁ?


ବାଟ ପରେ ଘାଟ ଘାଟ ପରେ ବାଟ ଖୋଜି ଚାଲିଛନ୍ତି ଅସରନ୍ତି,

ଅସନ୍ତୁଷ୍ଟ ମନ ହୋଇ ଯେତେ ପାଣି ପିଇ ଲେ ଭି ଶୁଖିଯାଏ ତଣ୍ଟି।


କି ସୁନ୍ଦର ଦୁର୍ଗ ପ୍ରାସାଦ ଦେବାଳୟ କାରୁକାର୍ଯ୍ୟ ଜଡ଼ିତ ,

ଏତେ ଆଡ଼ମ୍ବର ଖର୍ଚ୍ଚ ବର୍ଚ ପୁଣି କାଲିକି ସବୁ ଧୂଳିସାତ ।


ମାଳିକା ଲେଖାଅଛି ଜନେ କହୁଛନ୍ତି କଳିଯୁଗ ଶେଷ ଆସୁଛି,

ଜପ ହରି ବୋଲ ନାଚ ଯଜ୍ଞ ବୋଲ ଆଦେଖା ଅକୁହା ରୂପେ ଏ ପ୍ରକୃତି ସାଧୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy